CJP Challenges Vijay Government: ବିଜୟ ସରକାରଙ୍କ ପାଇଁ ବଡ଼ ପରୀକ୍ଷା, ପୋଲିସ ମନା ସତ୍ତ୍ୱେ CJPର ଧାରଣା ଘୋଷଣା

Oct 22, 2026 - 12:42
CJP Challenges Vijay Government: ବିଜୟ ସରକାରଙ୍କ ପାଇଁ ବଡ଼ ପରୀକ୍ଷା, ପୋଲିସ ମନା ସତ୍ତ୍ୱେ CJPର ଧାରଣା ଘୋଷଣା

ତାମିଲନାଡୁରେ ବିଜୟ ସରକାରଙ୍କ ପାଇଁ ବଡ଼ ପରୀକ୍ଷା। SIR ବିରୋଧରେ ଚେନ୍ନାଇରେ ୨୪ ଘଣ୍ଟିଆ ଧାରଣା ଦେବାକୁ ଘୋଷଣା କରିଛି CJP। ହେଲେ ଏହି ପ୍ରଦର୍ଶନ ପାଇଁ ପୋଲିସ ଅନୁମତି ଦେଇନାହିଁ। ଏହା ସତ୍ତ୍ୱେ ଧାରଣା ଜାରି ରଖିବାକୁ ଅଡ଼ି ବସିଛନ୍ତି ଆୟୋଜକ।

ଗୁରୁବାର ଅପରାହ୍ନ ୪ଟାରୁ ଚେନ୍ନାଇର ଏଗମୋରସ୍ଥିତ ରାଜରଥିନମ୍ ଷ୍ଟାଡିୟମ୍ ନିକଟରେ ଆରମ୍ଭ ହେବାକୁ ଯୋଜନା ରହିଛି ଏହି ଆନ୍ଦୋଳନ। ଶୁକ୍ରବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଚାଲିବ ବୋଲି CJP କହିଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR ବନ୍ଦ କରିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି ସଂଗଠନ।

ପୂର୍ବରୁ NEET ପରୀକ୍ଷା ଅନିୟମିତତା ବିରୋଧରେ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲା CJP। ଏବେ ଚେନ୍ନାଇରେ ପୋଲିସ ଅନୁମତି ନଥାଇ ଧାରଣା ଦେବାକୁ ଯୋଜନା କରିବାରୁ ପରିସ୍ଥିତି ଉପରେ ନଜର ରହିଛି। SIRକୁ ନେଇ ରାଜନୈତିକ ତିକ୍ତତା ମଧ୍ୟରେ ବିଜୟ ସରକାର ଆନ୍ଦୋଳନକୁ କିପରି ସମ୍ଭାଳୁଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।