CJP Protest: ସିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ନାମଲାଇ-ବିଜେପି ମୁହାଁମୁହିଁ

Oct 22, 2026 - 18:00
CJP Protest: ସିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ନାମଲାଇ-ବିଜେପି ମୁହାଁମୁହିଁ

ଚେନ୍ନାଇ: ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ତାମିଲନାଡ଼ୁ ବିଜେପିର ପୂର୍ବତନ ସଭାପତି କେ ଆନ୍ନାମଲାଇ ନୂଆଦିଲ୍ଲୀରେ କକ୍ରୋଚ ଜନତା ପାର୍ଟି ( ସିଜେପି )ର ପ୍ରତିବାଦକାରୀ ଙ୍କୁ ଅଟକ ରଖିବା ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର କଟାକ୍ଷ କରିଛନ୍ତି।

ଆନ୍ନାମଲାଇ ଙ୍କ ମନ୍ତବ୍ୟକୁ ନେଇ ବିଜେପି ମଧ୍ୟ ପାଲଟା ଆକ୍ରମଣ କରିଛି।ବିଜେପିରୁ ଚଳିତ ବର୍ଷ ଜୁନ୍‌ରେ ଇସ୍ତଫା Advertisment ଦେଇଥିବା ଆନ୍ନାମଲାଇ ବୁଧବାର 'ଏକ୍ସ'ରେ ଏକ ପୋଷ୍ଟ କରି ୨୦୧୧ରେ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟର ଏକ ମନ୍ତବ୍ୟକୁ ଉଦ୍ଧାର କରି ଲେଖିଛନ୍ତି, ମୋଦୀ ସେତେବେଳେ କହିଥିଲେ ଯେ ଯଦି ତାଙ୍କ ହାତ ବନ୍ଧା ହୋଇନଥାନ୍ତା, ତେବେ ସେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧ କରିଥାନ୍ତେ, ଆନ୍ନାମଲାଇ କହିଛନ୍ତି, ମୋ ମତରେ ପ୍ରଧାନମନ୍ତ୍ରୀ ସେତେବେଳେ ଯାହା କହିଥିଲେ ସମ୍ପୂର୍ଣ୍ଣ ସଠିକ୍‌ କଥା କହିଥିଲେ, କିନ୍ତୁ ଆଜି ତୁମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜେଲ୍ କରାଯାଇପାରେ; ତୁମର ଜାମିନ୍ ବଣ୍ଡ୍ ପ୍ରତ୍ୟାଖ୍ୟାନ କରାଯାଇପାରେ ଓ ଆଶ୍ଚର୍ଯ୍ୟଜନକ ଭାବରେ ଯେତେବେଳେ ଜଣେ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ପ୍ରିଭେଣ୍ଟିଭ୍‌ ବଣ୍ଡ୍ ମାମଲାର ବିଚାର କରିବାର କ୍ଷମତା ପ୍ରଦାନ କରାଯାଏ ସେ ତାଙ୍କ ଇଚ୍ଛାରେ ନଚାନ୍ତି।

କେନ୍ଦ୍ର ସରକାରଙ୍କ ରଣନୀତିକୁ ସମାଲୋଚନା ଆନ୍ନାମଲାଇ ଏହି ପୋଷ୍ଟ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଗିରଫ କରାଯିବା ମାମଲାକୁ ନେଇ କହିଥିଲେ।

ଦାସ ଓ ରାଙ୍କାଙ୍କୁ ବୁଧବାର ସାତଦିନ ପରେ ଜେଲ୍‌ରୁ ମୁକ୍ତ କରାଯାଇଥିଲା।

ଆନ୍ନାମଲାଇ କେନ୍ଦ୍ର ସରକାରଙ୍କ ରଣନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି।

ଆନ୍ନାମଲାଇ କହିଛନ୍ତି, ଗଣତନ୍ତ୍ରରେ ଆନ୍ଦୋଳନ କରିବାର ସମସ୍ତଙ୍କର ଅଧିକାର ରହିଛି।

କିନ୍ତୁ ସରକାର ତାଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ବିଦେଶୀ ଏଜେଣ୍ଟ ଓ ଭାରତ ବିରୋଧୀ କହିିବା ଧାରା ଏବେ ପ୍ରଚଳନ ହୋଇଛି।

ଏହା ଅତ୍ୟଧିକ ବିରକ୍ତିକର ଓ ଚିନ୍ତାଜନକ କଥା।

ସେ ସିଜେପିର ଅନେକ କାର୍ଯ୍ୟକୁ ସମର୍ଥନ କରନ୍ତି ନାହିଁ।

ମୁଁ ଭାବୁଛି ସେମାନଙ୍କ ମଧ୍ୟରୁ ଅନେକ ଭୁଲ ମାର୍ଗରେ ଅଛନ୍ତି।

କିନ୍ତୁ ସେମାନଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି।

ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି, ମୋର ଅନୁଭବ ହେଉଛି ଯେ କେନ୍ଦ୍ର ସରକାର ଭୁଲିଯାଉଛି ଯେ, ଏହା ୧୨ ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀରେ କ୍ଷମତାରେ ଅଛି ଓ ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ସବୁବେଳେ ଏକ ଶତ୍ରୁ ସୃଷ୍ଟି କରୁଛି।

ଏପରି ଅଭିଯୋଗ କରିବା ଦୁଃଖର ବିଷୟ ବୋଲି ଆନ୍ନାମଲାଇ କହିଛନ୍ତି।

Fuel Prices: ଦୁବାଇଠାରୁ ଭାରତରେ ଶସ୍ତା ମିଳୁଛି ପେଟ୍ରୋଲ ଓ ଡିଜେଲ ତାମିଲନାଡ଼ୁ ବିଜେପି ନେତା ଭି ସେଲଭମ୍‌ ଆନ୍ନାମଲାଇଙ୍କ ଅଭିଯୋଗର ପାଲଟା ଜବାବ ରଖିଛନ୍ତି।

ସେ କହିଛନ୍ତି, ସାଧାରଣ ଶୃଙ୍ଖଳା ବଜାୟ ରଖିବା ମୋଦୀ ସରକାରଙ୍କର ଦାୟିତ୍ୱ।

କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ଲୋକମାନେ ବିଜେପି ବିରୋଧୀ ବୋଲି ସେମାନେ ନିଜ ଦାୟିତ୍ୱରୁ ଓହରି ପାରିବେ ନାହିଁ।

ଶାନ୍ତିପୂର୍ଣ୍ଣ ପ୍ରତିବାଦ ସୁରକ୍ଷା ପାଇବା ଉଚିତ।

କଥିତ ଉଲ୍ଲଂଘନର ଯାଞ୍ଚ ହେବା ଉଚିତ।

ରାଜନୈତିକ ସମ୍ପୃକ୍ତି କିମ୍ବା ସାମାଜିକ ଗଣମାଧ୍ୟମ ଲୋକପ୍ରିୟତା ଆଇନରୁ ଊର୍ଦ୍ଧ୍ବ ନୁହେଁ ବୋଲି ସେଲଭାମ କହିଛନ୍ତି।

ମୋଦୀ ୨୦୧୧ରେ ଦେଇଥିବା ମନ୍ତବ୍ୟ ଓ ୨୦୨୬ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ସମାନ ଘଟଣା ନୁହେଁ ବୋଲି ବିଜେପି ନେତା କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।