CJP Returns to Jantar Mantar: ଦିଲ୍ଲୀରେ ବଡ଼ ଆନ୍ଦୋଳନ ପ୍ରସ୍ତୁତି, ୬୦ରୁ ଅଧିକ ଟ୍ରେନ୍ ବାତିଲ; କଡ଼ା ସୁରକ୍ଷା ବ୍ୟବସ୍ଥା

Oct 09, 2026 - 22:47
CJP Returns to Jantar Mantar: ଦିଲ୍ଲୀରେ ବଡ଼ ଆନ୍ଦୋଳନ ପ୍ରସ୍ତୁତି, ୬୦ରୁ ଅଧିକ ଟ୍ରେନ୍ ବାତିଲ; କଡ଼ା ସୁରକ୍ଷା ବ୍ୟବସ୍ଥା

କାଲିଠୁ ପୁଣି ଜନ୍ତରମନ୍ତରରେ ଗର୍ଜିବ CJP। CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବଡ଼ ଆନ୍ଦୋଳନ କରିବ କକ୍ରୋଚ ଜନାତ ପାର୍ଟି। ଏଥିପାଇଁ ନୂଆଦିଲ୍ଲୀରେ ଯନ୍ତରମନ୍ତରରେ ଠୁଳ ହେଉଛନ୍ତି ସିଜେପି ନେତା, କର୍ମୀ ଓ ସମର୍ଥକ। ଏପଟେ କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବ୍ୟାପକ ନିଷ୍ପତ୍ତି ନେଇଛି ଦିଲ୍ଲୀ ପୋଲିସ। ଶୁକ୍ରବାର ରାତି ୧୦ଟାରୁ ଶନିବାର ରାତି ୧୦ଟା ପର୍ଯ୍ୟନ୍ତ, ୨୪ ଘଣ୍ଟା ପାଇଁ, ଜନପଥ-କର୍ତ୍ତବ୍ୟ ପଥ ଛକର ୪ କିଲୋମିଟର ପରିଧି ମଧ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଶୁକ୍ରବାର ସନ୍ଧ୍ୟାରେ ଉପ ପୁଲିସ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଆଦେଶକୁ ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ, ଜିଓ ଏବଂ ଏମ୍ ଟିଏନ୍ ଏଲ୍ କୁ ପଠାଯାଇଛି। ସେପଟେ ଇଣ୍ଟରନେଟ୍ ସେବା ବନ୍ଦ ଯୋଗୁଁ କନଟ୍ ପ୍ଲେସ୍, ମଣ୍ଡି ହାଉସ୍, ପ୍ରଗତି ମୈଦାନ, ଗୁରୁଦ୍ୱାରା ବାଙ୍ଗଲା ସାହିବ, ବାରାଖମ୍ବା ରୋଡ୍, ଖାନ୍ ମାର୍କେଟ୍, ଲୋଧି ରୋଡ୍ ଏବଂ ଜଙ୍ଗପୁରାର କିଛି ଅଂଶ କିମ୍ବା ସମ୍ପୂର୍ଣ୍ଣ ଅଞ୍ଚଳ ପ୍ରଭାବିତ ହେବ। 

ଏହା ପୂର୍ବରୁ ଶୁକ୍ରବାର ରାତି ୯ଟାରୁ ରାଜୀବ ଚୌକ, ନୂଆଦିଲ୍ଲୀ, କେନ୍ଦ୍ରୀୟ ସଚିବାଳୟ, ପଟେଲ୍ ଚୌକ ଏବଂ କାଶ୍ମୀର ଗେଟ୍ ସମେତ ଦିଲ୍ଲୀ ମେଟ୍ରୋର ୫୭ଟି ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ଏଥିସହ ଅନ୍ୟ ରାଜ୍ୟରୁ ଆସୁଥିବା ୬୦ରୁ ଅଧିକ ଟ୍ରେନ୍ କୁ ମଧ୍ୟ ବାତିଲ କରାଯାଇଛି। ଏହି ଟ୍ରେନ୍ ଗୁଡ଼ିକ ଶନିବାର ସକାଳ ୪ଟାରୁ ଅପରାହ୍ଣ ୨ଟା ମଧ୍ୟରେ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ୍ ଷ୍ଟେସନରେ ପହଞ୍ଚିବାର ଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।