15 OCTOBER 2026

Welcome!

Unlock your personalized experience.
Sign Up

CJP: ୧୬ରେ ଦିଲ୍ଲୀରେ ଏକଜୁଟ ହେବ ସିଜେପି

Oct 15, 2026 - 08:21
CJP: ୧୬ରେ ଦିଲ୍ଲୀରେ ଏକଜୁଟ ହେବ ସିଜେପି

ନୂଆଦିଲ୍ଲୀ: ଦେଶଭକ୍ତମାନେ ଜାତୀୟ ପତାକା ତ୍ରିରଙ୍ଗା ସହ ଦିଲ୍ଲୀର ବ୍ୟବସାୟ ପେଣ୍ଠସ୍ଥଳ କନଟ୍‌ ପ୍ଲେସ୍‌ର ସେଣ୍ଟ୍ରାଲ୍‌ ପାର୍କ ନିକଟରେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟା ସମୟରେ ଏକଜୁଟ ହେବା ପାଇଁ କକ୍ରୋଚ୍‌ ଜନତା ପାର୍ଟିର (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ଆହ୍ବାନ ଦେଇଛନ୍ତି। ସିଜେପି ସଦସ୍ୟ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା କେବଳ ତ୍ରିରଙ୍ଗା‌ ଉଡ଼ାଇବାରୁ ହିଁ ଜେଲ୍‌ ଯାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ‘ଏକ୍ସ’ରେ ଏକ ‌ପୋଷ୍ଟ କରି ଦୀପ୍‌କେ କହିଛନ୍ତି, ‘ଆମେ ଦେଖାଇ ଦେବୁ ଯେ ତ୍ରିରଙ୍ଗା ଉଡ଼ାଇବା ଏକ ଅପରାଧ ନୁହେଁ।

IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

ଯେଉଁମାନେ ଦିଲ୍ଲୀ ନ ଆସିବେ ସେମାନେ ନିଜ ନିଜ ସହରରେ ତ୍ରିରଙ୍ଗା ଯାତ୍ରା କରିବା ପାଇଁ ଦୀପ୍‌କେ କହିଛନ୍ତି। ତାଙ୍କୁ ମଧ୍ୟ ଜେଲ୍‌ ହୋଇ ଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି। କିନ୍ତୁ ମୁଁ ଏଥିପାଇଁ ଚିନ୍ତା କରୁନାହିଁ। ତ୍ରିରଙ୍ଗା ହେଉଛି ମୋର ଗର୍ବ, ମୁଁ ନିଶ୍ଚିତ ତ୍ରିରଙ୍ଗା ଉଡ଼ାଇବି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ଶାନ୍ତି ସର୍ତ୍ତ ଭାଙ୍ଗିବା ଏବଂ ନିଷେଧାଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ୫ ଦିନ ପାଇଁ ଜେଲ୍‌ ହାଜତକୁ ଯିବା ପରେ ଦୀପ୍‌କେ ଏହି ଟିପ୍ପଣୀ ଦେଇଛନ୍ତି। ଦୀପ୍‌କେ କହିଛନ୍ତି, ସିଜେପି ସଦସ୍ୟମାନଙ୍କୁ ପୁଲିସ ଉଠାଇ ନେବା ପୂର୍ବରୁ ସେମାନେ ତ୍ରିରଙ୍ଗା ଧରିଥିଲେ ଏବଂ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

DMF ପାଣ୍ଠିରେ ୧୩୪ ବୁଥରେ ବିଦ୍ୟୁତ ସଂଯୋଗ, ମିଳୁନି ବିନିଯୋଗ ପ୍ରମାଣପତ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।