Clash for Temple Ownership ମନ୍ଦିର ମାଲିକାନାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୨୦ ଆହତ
ଖଣ୍ଡଗିରି(ଦେବଦଳନ ରଥ): ମନ୍ଦିର ମାଲିକାନା ନେଇ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ବଡ଼ରଘୁନାଥପୁର ଓ ମଦନପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଛି।
ଏହି ଗଣ୍ଡଗୋଳରେ ଉଭୟ ପକ୍ଷର ୨୦ରୁ ଅଧିକ ଆହତ ହୋଇଛନ୍ତି।
ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି।
ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ବଡ଼ରଘୁନାଥପୁର ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅନ୍ୟପକ୍ଷରେ ସନ୍ଧ୍ୟାରେ ପୁଲିସ ଓ ଉଭୟ ଗ୍ରାମର ମୁରବିଙ୍କୁ ନେଇ ଏକ ବୈଠକ ହୋଇଛି।
Advertisment DJ Noise Sparks Group Clash ଡିଜେକୁ ନେଇ ପିପିଲି ଖଣ୍ତିଗାଁରେ ଗୋଷ୍ଠୀ ସଂଘର୍ଷ, ୪ମହିଳାଙ୍କ ସମେତ ୧୦ ଆହତ ସୂଚନା ମୁତାବକ ବଡ଼ରଘୁନାଥପୁର ଗ୍ରାମପଞ୍ଚାୟତର ମଦନପୁର ଓ ବଡ଼ରଘୁନାଥପୁର ଗ୍ରାମ ମଧ୍ୟରେ ନୀଳକଣ୍ଠେଶ୍ବର ମନ୍ଦିରର ମାଲିକାନାକୁ ନେଇ ଅନେକ ବର୍ଷ ଧରି ବିବାଦ ଲାଗି ରହିଛି।
ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ଓ ମନ୍ଦିର ପରିଚାଳନା ଉପରେ ନିଜର ଦାବି ସାବ୍ୟସ୍ତ କରିବାକୁ ଯାଇ ଦୁଇ ଗ୍ରାମର ଲୋକେ ମୁହାଁମୁହିଁ ହୋଇଥିଲେ।
ମଧ୍ୟାହ୍ନରେ ନୀଳକଣ୍ଠେଶ୍ବର ଦେବଙ୍କ ଚଳନ୍ତି ବିଗ୍ରହକୁ ପୂଜକ ବେଢ଼ା ପରିକ୍ରମା କରିବାକୁ ନେଇ ଆସିଥିଲେ।
ଏତିକିବେଳେ ମଦନପୁର ଗ୍ରାମର କିଛି ଯୁବକ, ବଡ଼ରଘୁନାଥପୁର ଗ୍ରାମର ଲୋକଙ୍କୁ ଗାଳିଗୁଲଜ କରିଥିଲେ।
ବଡ଼ରଘୁନାଥପୁରର ବାସିନ୍ଦାମାନେ ପ୍ରତିବାଦ କରିବାରୁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ବଢ଼ିଥିଲା। clashes in the capital: ରାଜଧାନୀରେ ଗୋଷ୍ଠୀ ସଂଘର୍ଷ: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୩ ପ୍ଲାଟୁନ୍ପୁଲିସ ମୁତୟନ ୫ ଯୁବକ ଅଟକ ପୂର୍ବ ବିବାଦକୁ ନେଇ ଲାଗି ରହିଥିବା ଅସନ୍ତୋଷ ଉଗ୍ରରୂପ ନେଇଥିଲା।
ଉଭୟ ଗୋଷ୍ଠୀ ସେମାନଙ୍କ ସମର୍ଥକଙ୍କୁ ଡାକିବା ପରେ ମନ୍ଦିର ପରିସର ରଣକ୍ଷେତ୍ରରେ ପରିଣତ ହୋଇଥିଲା।
ଚାହୁଁଚାହୁଁ ଉଭୟ ଗ୍ରାମର ଲୋକେ ପରସ୍ପରକୁ ପଥର ଫୋପାଡ଼ିବା ସହିତ ଠେଙ୍ଗାରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ବଡ଼ରଘୁନାଥପୁରୁ ଗ୍ରାମର ପ୍ରାୟ ୧୪ଜଣ ଆହତ ହୋଇଥିବା ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ହୋଇଛନ୍ତି।
ଗୋଷ୍ଠୀ ସଂଘର୍ଷ ସମୟରେ ୫ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା।
Small gangs are active in the capital: ରାଜଧାନୀରେ ମାତିଲେଣି ଛୋଟଛୋଟ ଗ୍ୟାଙ୍ଗ: ସାଇନ୍ସପାର୍କ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ୪ ଗିରଫ ଖବର ପାଇ ଇନଫୋଭ୍ୟାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।
ପୁଲିସ ଉପସ୍ଥିତିରେ ବି ଉତ୍ତେଜନା ଥମି ନଥିଲା।
ଘଟଣା ସ୍ଥଳରେ ଜୋନ୍-୩ ଏସିପି ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଇନ୍ଫୋଭ୍ୟାଲି, ତମାଣ୍ଡୋ ଓ ଖଣ୍ଡଗିରି ଥାନା ଅଧିକାରୀ ଓ ୨ ପ୍ଲାଟୁନ୍ ପୁଲିସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଆଜି ସନ୍ଧ୍ୟାରେ ଦୁଇ ଗ୍ରାମର ବାସିନ୍ଦାଙ୍କୁ ଥାନାକୁ ଡକାଯାଇ ପୁଲିସ ଆଲୋଚନା କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।