Clean air: ନିର୍ମଳ ବାୟୁ ସ୍ବାସ୍ଥ୍ୟ ଅଧିକାରର କବଚ: ସୁନୀତା ନାରାୟଣ, ସମସ୍ୟା ନୁହେଁ, ସମାଧାନ ସହ ରୁହନ୍ତୁ
"ଭୁବନେଶ୍ବର: ପରିବେଶର ପ୍ରଶ୍ନ ହେଉଛି ମଣିଷର ଅସ୍ତିତ୍ୱ ଓ ବଞ୍ଚିବାର ପ୍ରଶ୍ନ।
ଭବିଷ୍ୟତରେ ଯଦି ମଣିଷ ବଞ୍ଚି ରହିବାକୁ ଚାହୁଁଛି, ତା"ହେଲେ ଜଳବାୟୁ ପ୍ରଭାବଜନିତ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବାକୁ ପଡ଼ିବ।
କେବଳ ଛୋଟ ଛୋଟ ପରିବର୍ତ୍ତନ ନୁହେଁ, ବରଂ ମୂଳଭୂତ ଓ ପରିବର୍ତ୍ତନକାରୀ ସମାଧାନର ଆବଶ୍ୟକତା ରହିଛି ବୋଲି "ପୁନଶ୍ଚ ପୃଥିବୀ" କାର୍ଯ୍ୟକ୍ରମରେ ମତ ରଖିଛନ୍ତି ସେଣ୍ଟର ଫର୍ ସାଇନ୍ସ ଏଣ୍ଡ ଏନ୍ଭର୍ଣ୍ଣମେଣ୍ଟର ମହାନିର୍ଦ୍ଦେଶକ ସୁନୀତା ନାରାୟଣ।Advertisment Zoo: ବନ୍ୟପ୍ରାଣୀଙ୍କ ସେଫ୍ ଜୋନ୍ ପାପାଡାହାଣ୍ଡି ମୃଗ ବିହାର ସୁନୀତା କହିଲେ, ଭବିଷ୍ୟତ ଏଜେଣ୍ଡାରେ ବାସଯୋଗ୍ୟ ସହର ଏକ ବଡ଼ ଆଲୋଚନାର ବିଷୟ।
ବାସଯୋଗ୍ୟ ସହରର ଅର୍ଥ ଆଉ କେବଳ ଉଜ୍ଜ୍ୱଳ ଆଲୋକ, ବଡ଼ ସପିଂ ମଲ୍ କିମ୍ବା ଭଲ ରେସ୍ତୋରାଁ ନୁହେଁ।
ବାସଯୋଗ୍ୟ ସହରର ଅର୍ଥ ହେଉଛି, ସ୍ୱଚ୍ଛ ବାୟୁ, ଜଳ, ଉପଯୁକ୍ତ ଆବାସ ଓ ଟ୍ରାଫିକ୍ ଜାମ୍ରୁ ମୁକ୍ତି।
ଏହା ହିଁ ଏକ ବାସଯୋଗ୍ୟ ସହର।
ହେଲେ ଏବେ ସ୍ଥିତି ବଦଳିଛି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ କମ୍ ଦିନରେ ଅଧିକ ବର୍ଷା ହେଉଛି।
ଲୋକମାନେ ବର୍ଷାକୁ ଉପଭୋଗ କରିବା ବଦଳରେ ସମସ୍ୟା ଭାବେ ଦେଖୁଛନ୍ତି।
ଶୀତ ଆସିଲେ ବାୟୁ ପ୍ରଦୂଷଣ ବଢ଼ିଯାଉଛି।
ଦିଲ୍ଲୀ ହେଉ ବା ଭୁବନେଶ୍ବର, ଯାତାୟାତ ବ୍ୟବସ୍ଥାକୁ ନୂଆ ଭାବରେ ଗଢ଼ିବାର ସମୟ ଆସିଯାଇଛି।
ଅନ୍ୟଥା ପ୍ରଦୂଷଣର ସମସ୍ୟାର ସମାଧାନ ହୋଇପାରିବ ନାହିଁ।
କେବଳ ବୈଦ୍ୟୁତିକ ଯାନ ଆଣିବା ହିଁ ସମାଧାନ ନୁହେଁ।
ଦୁଇଚକିଆ ଯାନ କିମ୍ବା କାର୍ ଚଢ଼ିବା ପୂର୍ବରୁ ଜନସାଧାରଣଙ୍କ ନିକଟରେ ସାଧାରଣ ପରିବହନ ବ୍ୟବସ୍ଥାର ବିକଳ୍ପ ରହିବା ଆବଶ୍ୟକ।
ଏକ ବାସଯୋଗ୍ୟ ସହରରେ କେବଳ କିଛି ଲୋକଙ୍କ ପାଇଁ ନୁହେଁ, ସମସ୍ତଙ୍କୁ ନେଇ ଯୋଜନା ହୋଇଥାଏ।
ନିର୍ମଳ ବାୟୁ ପାଇବାର ଅଧିକାରକୁ ହାସଲ କରିପାରିଲେ, ଆମେ ସ୍ୱାସ୍ଥ୍ୟ ଅଧିକାରକୁ ସୁରକ୍ଷିତ କରିପାରିବା।
ଅନ୍ୟଥା ଆଗକୁ ବାସଯୋଗ୍ୟ ଘର ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହେବ।
ଏହି ସମାଧାନ ପଛରେ ଜନସାଧାରଣଙ୍କୁ ଦୃଢ଼ ଭାବେ ଠିଆ ହେବାକୁ ପଡ଼ିବ।
ଯେଉଁଥିରେ ବଡ଼ ପରିବର୍ତ୍ତନ ଆସିପାରିବ ସେହି ଚିନ୍ତାଧାରା ଉପରେ କାମ କରିବାକୁ ପଡ଼ିବ।
ଆଜିର ସମୟରେ ସମସ୍ତେ ବଡ଼ ସମସ୍ୟା ପାଇଁ ଛୋଟ ଛୋଟ ସମାଧାନ ଖୋଜୁଛନ୍ତି।
ବଡ଼ ସମାଧାନର ଅର୍ଥ ବଡ଼ ପରିମାଣ ନୁହେଁ।
ବରଂ ଲକ୍ଷ ଲକ୍ଷ ଛୋଟ ଛୋଟ ସମାଧାନ, ଯାହା ମିଶି ଏକ ବଡ଼ ପରିବର୍ତ୍ତନ ଆଣିପାରିବ। "ସମ୍ବାଦ" ଗ୍ରୁପ୍ ପକ୍ଷରୁ ଜଳବାୟୁ-ସହନଶୀଳ ଓଡ଼ିଶା ପାଇଁ ପ୍ରସ୍ତୁତ କରାଯାଇଥିବା ୧୦ଟି ପ୍ରାଥମିକତା ମଧ୍ୟରେ ଆଉ ଏକ ଦିଗ ରହିଛି।
ତାହା ହେଉଛି ସବୁଜ ଓଡ଼ିଶାର ଏଜେଣ୍ଡା।
ଜଙ୍ଗଲ ଚାରିପାଖରେ ବାସ କରୁଥିବା ଲୋକ ଓ ସମୁଦାୟଙ୍କ ପାଇଁ ସବୁଜ ରୋଜଗାରର ସୁଯୋଗ ସୃଷ୍ଟି କରିଥାଏ।
ଏଥିପାଇଁ କେବଳ ଜଙ୍ଗଲକୁ ସଂରକ୍ଷଣ କରିବା ପାଇଁ ନୁହେଁ, ସମୁଦାୟ ଭିତ୍ତିକ ଜଙ୍ଗଲ ପରିଚାଳନା ଆବଶ୍ୟକ।
ଜଙ୍ଗଲକୁ ଏକ ସ୍ଥାୟୀ ପଦ୍ଧତିରେ ବ୍ୟବହାର କରିବା ଆବଶ୍ୟକ।
ଯାହାଦ୍ୱାରା ଜଙ୍ଗଲରୁ ମିଳୁଥିବା ଉତ୍ପାଦ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ସବୁଜ ରୋଜଗାରର ଏକ ଅଂଶ ହୋଇପାରିବ।
Sundargarh Youth Death Case: କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ମାମଲା: ନିରପେକ୍ଷ ତଦନ୍ତ ପାଇଁ ଥାନା ଆଗରେ ଧାରଣା ଆମେ ଏବେ ପ୍ରକ୍ରିୟାକରଣ ଖାଦ୍ୟ ବା ପ୍ରୋସେସ୍ଡ ଫୁଡ୍ ଉପରେ ମାତ୍ରାଧିକ ନିର୍ଭରଶୀଳ ହୋଇପଡ଼ିଛୁ।
ଯାହା ଶରୀରର ଗଟ୍ ବାୟୋମ ବା ଅନ୍ତନଳୀର ଅଣୁଜୀବ ମଣ୍ଡଳ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଉଛି।
ମଣିଷର ସମଗ୍ର ଶରୀର କେବଳ ମସ୍ତିଷ୍କ ଉପରେ ନୁହେଁ, ଗଟ୍ ଉପରେ ମଧ୍ୟ ନିର୍ଭରଶୀଳ।
ଗଟ୍ରେ ରହୁଥିବା ବ୍ୟାକ୍ଟେରିଆ ଓ ଭାଇରସ୍ଗୁଡ଼ିକ ଆମେ ଖାଉଥିବା ବିଭିନ୍ନ ପ୍ରକାରର ଖାଦ୍ୟରୁ ବଞ୍ଚି ରହନ୍ତି।
ସେହି ବିଭିନ୍ନ ପ୍ରକାରର ଖାଦ୍ୟ ଆମର ସ୍ଥାନୀୟ ପରିବେଶ ଓ ପ୍ରକୃତିରୁ ଆସିଥାଏ।
ଭାରତ ଏକ ବିବିଧତାର ଦେଶ।
ବାସ୍ତବରେ ଏହି ବିବିଧତା ହେଉଛି ଜୈବ ବିବିଧତା।
ସ୍ଥାନୀୟ ଖାଦ୍ୟ ଅଭ୍ୟାସ କୌଣସି ବହି କିମ୍ବା ଦୋକାନରୁ ଆସିନାହିଁ।
ଏହା ପରମ୍ପରାରୁ ଆସିଛି।
କେଉଁ ଋତୁରେ କ"ଣ ଖାଇବାକୁ ହେବ ପରମ୍ପରା ଆମକୁ ଶିଖାଇଛି ବୋଲି ସେ ମତ ଦେଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।