CM Mohan Charan Majhi Returns to Odisha After 5-Day UAE Visit
ୟୁଏଇ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ସଂଯୁକ୍ତ ଆରବ ଏମିରେଟ୍ସର ୫ ଦିନିଆ ଗସ୍ତ ଶେଷ କରି ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବା ସହ ବିଭିନ୍ନ ନିବେଶକଙ୍କ ସହ ଆଲୋଚନା କରିଥିଲେ। ୫ ଦିନିଆ ଗସ୍ତରୁ ୩ ଦିନ ନିବେଶକଙ୍କ ସହ ଆଲୋଚନା କରି ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାକୁ ଅଧିକ ନିବେଶ ଆଣିବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୟୁଏଇ ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା ଓ ଏମଓୟୁ ପରେ ରାଜ୍ୟକୁ ପ୍ରାୟ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ ଆସିବ ବୋଲି ସୂଚନା ମିଳିଛି। ଏହାଦ୍ୱାରା ଓଡ଼ିଶାରେ ଶିଳ୍ପ ବିକାଶ ସହ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି ଆଶା କରାଯାଉଛି।
#MohanCharanMajhi#OdishaCM#UAEVisit#OdishaInvestment#InvestInOdisha#OdishaInvestorsSummit#OdishaDevelopment#Employment#Investment#OdishaNews#LatestNews#OdishaTV#OTV
Odisha Chief Minister Mohan Charan Majhi has returned to Bhubaneswar after completing his five-day visit to the United Arab Emirates. He received a grand welcome at Bhubaneswar airport. During the visit, the Chief Minister attended the Odisha Investors’ Summit and held discussions with various investors. Three days of the five-day visit were focused on talks with investors to attract more investment to Odisha. CM Majhi said the aim is to bring more investment to the state and create new employment opportunities. Following discussions and MoUs on various projects during the UAE visit, investments worth around Rs 2.43 lakh crore are expected to come to Odisha, which is expected to boost industrial development and employment opportunities.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।