CNG Gets Costlier: ବଢିଲା CNG ଦର, ଜାଣନ୍ତୁ ଏବେ କେତେ ହେଲା ?
ବଢିଲା CNG ଦର। ଗତକାଲି ୯୪ ଟଙ୍କା ଥିବାବେଳେ ଆଜି ୧ ଟଙ୍କା ବଢି ଏବେ ଲିଟର ପିଛା ୯୫ ଟଙ୍କା ହୋଇଛି CNG। ତେବେ ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇନାହିଁ । ଅନ୍ୟପଟେ କମର୍ସିଆଲ ଗ୍ୟାସ ଦର ମଧ୍ୟ ବଢ଼ିଛି। ଦେଶର ପ୍ରମୁଖ ସହରରେ କମର୍ସିଆଲ LPG ଦର ବୃଦ୍ଧି ହୋଇଛି । ୫ କେଜି ଗ୍ୟାସ ଦର ଗତ ମାସରେ ୮୦୬.୫୦ ପଇସା ଥିବା ବେଳେ ଏବେ ଗ୍ରାହକଙ୍କୁ ୮୦୯.୫୦ ପଇସା ଦେବାକୁ ହେବ।
ସେହିପରି ୧୯ କେଜି ପାଇଁ ପୂର୍ବରୁ ୨୯୦୮ ଟଙ୍କା ଦେବାକୁ ହେଉଥିବା ବେଳେ ଏବେ ୨୯୧୯ ଟଙ୍କା ଦେବାକୁ ହେବ। ଅର୍ଥାତ୍ ୧୧ ଟଙ୍କା ଅଧିକ ଦେବାକୁ ହେବ।
ଭୁବନେଶ୍ବରରେ ବଢିଲା CNG ଦର
CNG କିଲୋଗ୍ରାମ ପ୍ରତି ୧ ଟଙ୍କା ବୃଦ୍ଧି
ଭୁବନେଶ୍ବରରେ CNGର ନୂଆ ମୂଲ୍ୟ ୯୫ ଟଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।