Coach: ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ପ୍ରଶିକ୍ଷକ ହେଲେ ଭାସ୍
"ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍ ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେବେ ପୂର୍ବତନ ଶ୍ରୀଲଙ୍କା ବାମହାତୀ ଦ୍ରୁତ ବୋଲର ଚାମିଣ୍ଡା ଭାସ୍।
ଗତ ଦୁଇ ଋତୁରେ ମୁଖ୍ୟ ପ୍ରଶିକ୍ଷକ ହେମାଙ୍ଗ ବଦାନୀ, ନିର୍ଦେଶକ ବେଣୁଗୋପାଳ ରାଓ ଓ ବୋଲିଂ ପ୍ରଶିକ୍ଷକ ମୁନାଫ ପଟେଲଙ୍କ ତତ୍ତ୍ବାବଧାନରେ ଦଳ ଖରାପ ପ୍ରଦର୍ଶନ କରିଥିଲା।Advertisment ଏବେ ମୁଖ୍ୟ ପ୍ରଶିକ୍ଷକ ସନ୍ଧାନ ଫଳରେ ଦଳ ନୂଆ ପ୍ରଶିକ୍ଷକ ନିଯୁକ୍ତି କରିବାକୁ ଚିନ୍ତା କରିଥିଲା।
ଏଥିଲାଗି ଫ୍ରାଞ୍ଚାଇଜ୍ ପ୍ରଶିକ୍ଷକ ପଦ ପାଇଁ ଭାରତର ପୂର୍ବତନ ବୋଲର ଜାହିର ଖାନ୍ ଓ ଅନିଲ କୁମ୍ବଲେଙ୍କ ସହ କଥାବର୍ତ୍ତା କରିଥିଲା।
ହେଲେ ଉଭୟ ଏଥିରେ ରାଜି ହୋଇ ନଥିଲେ।
ଶେଷରେ ଦଳ ଭାସ୍ଙ୍କ ସହ ଚୁକ୍ତି କରିଥିଲା।
ଏହା ପୂର୍ବରୁ ଦଳ ଯୁବରାଜ ସିଂହଙ୍କୁ ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତି କରିଥିଲା ବେଳେ ଏବେ ମୁଖ୍ୟ ପ୍ରଶିକ୍ଷକ ସନ୍ଧାନରେ ରହିଛି।
US Open: ୟୁଏସ୍ ଓପନ୍: ରିବାକିନା ଯୁଗଳ ସଫଳତା: ନୂଆ ବିଜେତା ସହ ବିଶ୍ବର ୧ନଂ ଖେଳାଳି ହେଲେ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।