Coconut Falls ମୁଣ୍ଡରେ ଖସିପଡ଼ିଲା ପଇଡ଼, ୫ମ ଶ୍ରେଣୀ ଛାତ୍ର ମୃତ
"ବାରିପଦା: ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ନଡ଼ିଆ ଗଛରୁ ପଇଡ଼ ଖସି ମୁଣ୍ଡରେ ପଡ଼ିବାରୁ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।
Advertisment ମିଳିଥିବା ସୂଚନା ଅନୁଯାୟୀ, ମଧୁବନ ତଳସାହି ଅଞ୍ଚଳର ମଧୁବନ ବିଦ୍ୟାଳୟରେ ରିଲିଫ୍ ବଣ୍ଟନ ହେଉଥିଲା।
ଅଜୟ ପାତ୍ରଙ୍କ ପୁଅ ବାଦଲ(୧୧) ଗତକାଲି (ମଙ୍ଗଳବାର) ବିଦ୍ୟାଳୟରୁ ରିଲିଫ୍ନେଇ ଫେରିବା ସମୟରେ ଏକ ନଡ଼ିଆ ଗଛରୁ ପଇଡ଼ ଖସି ମୁଣ୍ଡ ଉପରେ ପଡ଼ିଥିଲା।
ଘରକୁ ଫେରି ମୁଣ୍ଡରେ ଯନ୍ତ୍ରଣା ହେଉଥିବା ନେଇ ବାପା ଅଜୟଙ୍କୁ ଜଣାଇଥିଲା।
ତେବେ ଆଜି (ବୁଧବାର) ପୂର୍ବାହ୍ଣରେ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ୯ଟା ବେଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାୟ ୨ ଘଣ୍ଟା ପରେ ବାଦଲଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇଁ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରିଥିଲା।
ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।