Cold Medicine Ban: ପିଲାଙ୍କ ଥଣ୍ଡା ଔଷଧ ବ୍ୟାନ୍‌! ୪ ବର୍ଷରୁ କମ୍‌ ପିଲାଙ୍କୁ ଦିଅନ୍ତୁ ନାହିଁ

Aug 22, 2026 - 18:13
Cold Medicine Ban: ପିଲାଙ୍କ ଥଣ୍ଡା ଔଷଧ ବ୍ୟାନ୍‌! ୪ ବର୍ଷରୁ କମ୍‌ ପିଲାଙ୍କୁ ଦିଅନ୍ତୁ ନାହିଁ

ଛୋଟ ପିଲାଙ୍କୁ ଥଣ୍ଡା କିମ୍ବା ନାକ ବନ୍ଦ ହେଲେ ଔଷଧ ଦେବା ପୂର୍ବରୁ ଏଣିକି ଅଭିଭାବକଙ୍କୁ ସତର୍କ ହେବାକୁ ପଡ଼ିବ। ୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ କ୍ଲୋରଫେନିରାମାଇନ୍ ମାଲିଏଟ୍ ଓ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ଥିବା ସମସ୍ତ FDC ଔଷଧ ଉପରେ କେନ୍ଦ୍ର ସରକାର ରୋକ୍‌ ଲଗାଇଛନ୍ତି।

ବିଶେଷଜ୍ଞ କମିଟି ଓ DTABର ସୁପାରିସ୍‌ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଅନୁସାରେ, ଛୋଟ ପିଲାଙ୍କ ପାଇଁ ଏହି ଔଷଧ ସଂଯୋଜନରେ ସମ୍ଭାବ୍ୟ ବିପଦ ରହିଛି ଏବଂ ବଜାରରେ ବିକଳ୍ପ ଔଷଧ ମଧ୍ୟ ଉପଲବ୍ଧ ଅଛି।

ନୂଆ ନିୟମ ଅନୁସାରେ, ଏହି ଦୁଇ ଉପାଦାନ ଥିବା ଔଷଧର ଲେବଲ୍‌ ଓ ପ୍ୟାକେଟ୍‌ରେ ୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ବ୍ୟବହାର ନକରିବା ନେଇ ସତର୍କ ସୂଚନା ଦେବାକୁ ପଡ଼ିବ। ତେଣୁ ଅଭିଭାବକମାନେ ନିଜ ମନରୁ ଛୋଟ ପିଲାଙ୍କୁ ଥଣ୍ଡା ଔଷଧ ନଦେଇ, ଔଷଧର ଉପାଦାନ ଯାଞ୍ଚ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବା ହିଁ ସବୁଠାରୁ ସୁରକ୍ଷିତ ପଦକ୍ଷେପ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।