Cold water: ଶୋଷ ଲାଗୁଥିଲେ ଥଣ୍ଡା ପାଣି ଭଲ ଲାଗେ କାହିଁକି

Oct 13, 2026 - 06:16
Cold water: ଶୋଷ ଲାଗୁଥିଲେ ଥଣ୍ଡା ପାଣି ଭଲ ଲାଗେ କାହିଁକି

"ଶୋଷ ଲାଗୁଥିବାବେଳେ ଥଣ୍ଡା ପାଣି ପିଇଲେ ଭଲ ଲାଗେ।

ଖରାରେ ବୁଲି, ପରିଶ୍ରମ କରି ବା ବହୁ ସମୟ ପାଣି ନ ପିଇ ଶୋଷ ଲାଗୁଥିଲା ବେଳେ ବି ଥଣ୍ଡା ପାଣି ପିଇଲେ ଭଲ ଲାଗେ।

ଏହା ପଛର କାରଣ କ"ଣ?

ଏ ସମ୍ପର୍କରେ ଡାକ୍ତରମାନଙ୍କ ମତ ହେଲା- ମଣିଷକୁ ଖୁବ୍‌ ଶୋଷ ଲାଗୁଥିଲେ ସାଧାରଣ ପାଣି ତୁଳନାରେ ଥଣ୍ଡା ପାଣି ଅଧିକ ତୃପ୍ତି ଦିଏ।

ସାଧାରଣ ଦୃଷ୍ଟିରେ ଦେଖିଲେ ପାଣି ଥଣ୍ଡା ହେଉ ବା ଗରମ, ତାହା ପିଇବା ଦ୍ବାରା ଶରୀର ଆବଶ୍ୟକ କରୁଥିବା ତରଳ ଦ୍ରବ୍ୟ ପାଇଯାଏ।

ହେଲେ ଥଣ୍ଡା ପାଣି ଅଧିକ ଭଲ ଲାଗିବାର ଏକାଧିକ କାରଣ ରହିଛି।

ସେଗୁଡ଼ିକ ହେଉଛି ତାପମାତ୍ରାଗତ, ସ୍ନାୟୁଗତ ଓ ମାନସିକ।Advertisment Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ ଝାଳ ବହିବା ଓ ପରିସ୍ରା କରିବା ଦ୍ବାରା ଦେହରୁ ଜଳୀୟ ଅଂଶ କ୍ଷୟ ହୋଇଯାଏ।

ଏଥିଯୋଗୁଁ ଦେହରେ ରକ୍ତ ସଞ୍ଚାଳନ ଓ ତରଳ ପଦାର୍ଥରେ ବୈଷମ୍ୟ ଦେଖାଦିଏ।

ତେଣୁ, ଶୋଷ ବାରିବା ପାଇଁ ମସ୍ତିଷ୍କରେ ଥିବା ହାଇପୋଥାଲାମସ୍‌ କେନ୍ଦ୍ର ଜାଗିଉଠେ।

ଏତିକିବେଳେ ପାଣି ନ ପିଇଲେ ନ ଚଳେ ଅବସ୍ଥା ସୃଷ୍ଟି ହୁଏ।

ପାଣି ପିଇବା ପାଇଁ ମସ୍ତିଷ୍କ ମଣିଷକୁ ଅଥୟ କରିପକାଏ।

ଶୋଷ ଲାଗୁଥିବାରୁ ପାଟି ଓ ତଣ୍ଟିରେ ଥିବା ସ୍ନାୟୁ ସବୁ ଗରମ ହୋଇଯାଇଥାଏ।

ଦେହ ମଧ୍ୟ ଗରମ ହୋଇଯାଇଥାଏ।

ଏତିକିବେଳେ ଥଣ୍ଡାପାଣି ପିଇଲେ ସ୍ନାୟୁ ଓ ଦେହ ଥଣ୍ଡା ପଡ଼ିଯାଏ।

ଫଳରେ ମସ୍ତିଷ୍କକୁ ବଡ଼ ଆରାମ ଲାଗେ।

Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ ଶୋଷ ଲାଗୁଛି ବୋଲି ସ୍ନାୟବିକ ଇସାରା ଦ୍ବାରା ମସ୍ତିଷ୍କ ମଣିଷକୁ ଜଣାଏ।

ପାଣି ପିଇଲା ପରେ ପାଟି, ତଣ୍ଟି ଓ ପାକସ୍ଥଳୀ ସ୍ନାୟୁ ଦ୍ବାରା ମସ୍ତିଷ୍କକୁ ସୂଚନା ଦିଅନ୍ତି ଯେ ଏଥର ଦେହରୁ ପାଣି ଅଭାବ ମେଣ୍ଟିଗଲା।

ତେଣୁ, ମସ୍ତିଷ୍କ ଆଶ୍ବସ୍ତ ହୋଇଯାଏ।

ମଣିଷ ଆଉ ପାଣି ପିଇବାକୁ ଆତୁର ହୁଏ ନାହିଁ।

ଏହି ସମୟରେ ସାଧାରଣ ପାଣି ଅପେକ୍ଷା ଥଣ୍ଡାପାଣି ସ୍ନାୟୁଗୁଡ଼ିକୁ ଶୀଘ୍ର ଥଣ୍ଡା କରିଦିଏ।

ସେଥିପାଇଁ, ଦେହ ଖୁବ୍‌ ଆରାମ ପାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।