College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

Oct 08, 2026 - 21:58
College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଛାତ୍ର ଅଶାନ୍ତି ସହ କଲେଜରେ ବୋମା ମାଡ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ । ବାରମ୍ବାର ଛାତ୍ର ଅଶାନ୍ତି ଏବଂ ବୋମା ମାଡ ପରେ କଲେଜ ପକ୍ଷରୁ ସାଇନ ଏ ଡ଼ାଇ ଘୋଷଣା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ।

ସୂଚନା ଯେ, ଯାଜପୁରର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏକାଧିକ ସ୍ଥାନରେ ଦୁର୍ବୃତ୍ତମାନେ ବୋମା ମାଡ କରିଥିବା ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଭି.ଏନ୍‌. କଲେଜ ପ୍ରିନ୍ସିପାଲଙ୍କ ବାସଭବନ ଆଗରେ ଦୁଇଟି ସ୍ଥାନରେ ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି । ସେହିଭଳି କଲେଜ ଗେଟ୍‌ ଆଗରୁ ଗୋଟିଏ ଅଫୁଟା ବୋମା ଜବତ ହୋଇଛି । ଆଜି ଭୋରରୁ ବୋମା ମାଡ କରାଯାଇଥିଲା ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।