Conference: କଲେଜ ଅଫ୍‌ ଇଞ୍ଜନିୟରିଂ ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ

Nov 06, 2026 - 20:59
Conference: କଲେଜ ଅଫ୍‌ ଇଞ୍ଜନିୟରିଂ ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର: କଲେଜ ଅଫ୍‌ ଇଞ୍ଜିନିୟରିଂ ଭୁବନେଶ୍ବର (ସିଇବି) ପକ୍ଷରୁ ସଷ୍ଟେନେବଲ୍‌ ଟେକ୍ନୋଲୋଜି ଆଣ୍ଡ୍‌ ଫ୍ୟୁଚର ଟ୍ରେଣ୍ଡ୍‌ସ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆଇସିଏସ୍‌ଟିଏଫ୍‌ଟି-୨୦୨୬ ଅନୁ‌ଷ୍ଠିତ ହୋଇଯାଇଛି।

କଲେଜ ପରିସରରେ ଆୟୋଜିତ ଏହି ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ବିପିୟୁଟିର କୁଳପତି ପ୍ରଫେସର ଡ.

ଅମିୟ କୁମାର ରଥ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ‌ କେଜିଆଇର ପୃଷ୍ଠପୋଷକ ଇଂ.

ପ୍ରଭାତ ରଂଜନ ମଲ୍ଲିକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌସ୍ତଭ ମଲ୍ଲିକ, ଜେନେରାଲ ମ୍ୟାନେଜର ଡ.

ସଦାଶିବ ଦାଶ, ସିଓଇବିର ପ୍ରିନ୍ସିପାଲ ଡ.

ଦୀପ୍ତି ପ୍ରକାଶ ମହାପାତ୍ର ଏବଂ ଆବାହକ ପ୍ରଫେସର ସୁଶାନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ।

Advertisment ଆହୁରି ପଢନ୍ତୁ: Bank of Baroda: ଡ୍ରିମ୍ ହୋମ୍ ଏକ୍ସପୋ-୨୦୨୬ରେ ବ୍ୟାଙ୍କ ଅଫ୍ ବରୋଦା ପ୍ରଫେସର ରଥ କହିଥିଲେ ଛାତ୍ରଛାତ୍ରୀମାନଙ୍କ ପ୍ରକୃତ ସଫଳତା ସେମାନଙ୍କ ମାର୍କସିଟ୍‌ କିମ୍ବା କଲେଜ ଗ୍ରେଡ୍‌ରେ ନଥାଏ ବରଂ ବାସ୍ତବ ଦୁନିଆର ସମସ୍ୟା ସମାଧାନରେ ରହିଥାଏ।

ଟିୟର-୨ ଓ ଟିୟର-୩ ସହରର ଯୁବବର୍ଗଙ୍କୁ ନୂଆ ପିଢ଼ିର ୟୁନିକର୍ଣ୍ଣ ଷ୍ଟାର୍ଟଅପ୍‌ର ନେତୃତ୍ବ ନେବାରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) କିଭଳି ସଶକ୍ତ କରିଛି ତାହା ଉପରେ ସେ ଆଲୋକପାତ କରିଥିଲେ।

ସେହିଭଳି ପିଢ଼ି ପରେ ପିଛି ଯାହା ଲୋକଙ୍କୁ ସମାଧାନ ଯୋଗାଇଥାଏ ତାହାକୁ ଇଞ୍ଜିନିୟରିଂର ପ୍ରକୃତ ନେତୃତ୍ବ ବୋଲି ଇଂ ମଲ୍ଲିକ କହିଥିଲେ।

ନିରନ୍ତରତା ବିନା ପ୍ରଯୁକ୍ତି ଅସମ୍ପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ।

ସମ୍ମିଳନୀର ପ୍ରଥମ ଦିନରେ ସାଉଦି ଆରବର କିଙ୍ଗ୍‌ସ ବିଶ୍ବବିଦ୍ୟାଳୟର ଡ.

ଦୁର୍ଗା ପ୍ରସାଦ ସାମନ୍ତରାୟ, ଆଇଆଇଟି-ବିଏଚ୍‌ୟୁର ଡ.

ପ୍ରାଞ୍ଜଲ ଚନ୍ଦ୍ରା ଏବଂ ଆଇଆଇଟି ଭୁବନେଶ୍ବରର ଡ.

ସୌମ୍ୟରଂଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।