Congress : ଅକ୍ଟୋବର ୫ ଯାଏଁ ନ୍ୟାୟିକ ହାଜତରେ ରହିବେ ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀ
"କୋଲକାତା: ନନ୍ଦୀଗ୍ରାମ ଉପନିିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ମିଲନ ପ୍ରଧାନଙ୍କ ପ୍ରଚାର ଆଶା ଧୂଳିସାତ୍ ହୋଇଛି।
୨୦୦୭ ମସିହାର ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନ ସହ ଜଡ଼ିତ ହତ୍ୟା ଓ ଅନ୍ୟାନ୍ୟ ମାମଲାରେ ତାଙ୍କୁ ଚଳିତମାସ ୧୮ ତାରିଖରେ ଗିରଫ କରାଯାଇଥିଲା।
Advertisment ଆହୁରି ପଢନ୍ତୁ :Arrested: ପଞ୍ଜାବୀ ୟୁଟ୍ୟୁବର୍ ମନି ସୋକର୍ ଗିରଫ, ୫ ବିଦେଶୀ ପିସ୍ତଲ ଜବତ ହଳଦିଆ କୋର୍ଟ ତାଙ୍କୁ ଏହି ମାମଲାରେ ଦୁଇ ଦିନ ତଳେ ଅକ୍ଟୋବର ୩ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଥିଲା।
କିନ୍ତୁ ଖେଜୁରି ଥାନାରେ ୧୯ ବର୍ଷ ତଳେ ରୁଜୁ ହୋଇଥିବା ଏକ ମାମଲାରେ କଣ୍ଟାଇ କୋର୍ଟ ଆଜି ତାଙ୍କୁ ଆସନ୍ତା ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛି।
ଉପନିର୍ବାଚନ ଅକ୍ଟୋବର ୬ ତାରିଖରେ ହେବାକୁ ଥିବାବେଳେ ପ୍ରଚାର ୪ ତାରିଖରେ ଶେଷ ହେବ।
ତେଣୁ ସେ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।