Congress Criticism: ମୋଦୀଙ୍କ ବିଦା ହେବା ସମୟ ଆସିଯାଇଛି, ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

Oct 13, 2026 - 13:45
Congress Criticism: ମୋଦୀଙ୍କ ବିଦା ହେବା ସମୟ ଆସିଯାଇଛି, ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

"ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଓ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ''ଆଛେ ଦିନ''ର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର କେବଳ ଭୋଟ୍ ଚୋରି କରୁନାହାଁନ୍ତି, ବରଂ ସାଧାରଣ ଜନତାଙ୍କ ସଞ୍ଚୟ ମଧ୍ୟ ଲୁଟୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏବେ ନିଜର ''ଝୋଲା'' ଉଠାଇ ଚାଲିଯିବାର ସମୟ ଆସିଯାଇଛି ବୋଲି କଂଗ୍ରେସ କହିଛି।Advertisment ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୭.୭୪ ପ୍ରତିଶତରେ ପହଞ୍ଚିଛି ଏବଂ ସାଧାରଣ ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତ ରହିଛି, ଯାହା ଗତ ୨୩ ମାସରେ ସର୍ବାଧିକ।

ପିଆଜ ଦର ୧୦୮ ପ୍ରତିଶତ, ରସୁଣ ୫୫ ପ୍ରତିଶତ, ଅଦା ୬୩ ପ୍ରତିଶତ ଏବଂ ଲେମ୍ବୁ ଦର ୩୬ ପ୍ରତିଶତ ବୃଦ୍ଧି ପାଇଛି।

ମୁଦ୍ରାସ୍ଫୀତି କେବଳ ଥାଳିର ଖାଦ୍ୟ ନୁହେଁ, ବରଂ ପରିବହନ, ଶିକ୍ଷା ଓ ଗୃହୋପକରଣକୁ ମଧ୍ୟ ମହଙ୍ଗା କରିଛି।

ଗରିବଙ୍କ ଖାଦ୍ୟ ଏବଂ ମଧ୍ୟବିତ୍ତଙ୍କ ସଞ୍ଚୟ କମୁଥିବା ବେଳେ ପ୍ରଧାନମନ୍ତ୍ରୀ ଜଣେ ''ମୌନୀ ବାବା''ଙ୍କ ଭଳି ନୀରବ ରହିଛନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ କରିଛନ୍ତି।

ସରକାରଙ୍କୁ ଘେରି ରହିଛନ୍ତି ବିରୋଧୀ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୫୦ ପ୍ରତିଶତ କରିଛି।

ନିକଟ ଭବିଷ୍ୟତରେ ସୁଧହାର କମିବାର କୌଣସି ସମ୍ଭାବନା ନାହିଁ ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ଖାଉଟି ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୫.୨ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ପାର୍ବଣ ଋତୁରେ ଏହି ଆର୍ଥିକ ମହାବିପତ୍ତି ପାଇଁ ବିରୋଧୀ ଦଳ ସରକାରଙ୍କୁ କ୍ରମାଗତ ଭାବେ ଘେରି ରହିଛନ୍ତି।

ଟ୍ରମ୍ପ ଜୋର ଦେଇଥିଲେ ଯେ ଉଭୟ ଦେଶ ଅସ୍ତ୍ରବିରତି ପଦକ୍ଷେପକୁ ସମର୍ଥନ କରନ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।