Congress Expels Kripa Alva: ଦଳୀୟ ନେତାଙ୍କ ବିରୋଧରେ ଷ୍ଟିଙ୍ଗ ଅପରେସନ, ବିବାଦ ପରେ ଦଳରୁ ବିଦା ହେଲେ ନେତ୍ରୀ
କର୍ଣ୍ଣାଟକ ରାଜନୀତିରେ ବଡ଼ ହଲଚଲ।
କଂଗ୍ରେସ ଦଳ ଭିତରେ ଚାଲିଥିବା ଅନ୍ତକନ୍ଦଳ ଏବଂ ଏକ ବିବାଦୀୟ 'ଷ୍ଟିଙ୍ଗ୍ ଅପରେସନ୍' ମାମଲାରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦଳର ପୂର୍ବତନ ସାଧାରଣ ସମ୍ପାଦିକା କୃପା ଆଲ୍ଭାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି।
Advertisment କେପିସିସି ଉପସଭାପତି ଏମ.
ନାରାୟଣସ୍ୱାମୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, କୃପା ଆଲ୍ଭାଙ୍କ ନାଁ ଏହି ଷ୍ଟିଙ୍ଗ୍ କେସ ସହିତ ଜଡ଼ିତ ରହିଛି ଏବଂ ତାଙ୍କର ଏଭଳି ଆଚରଣ ଦଳକୁ ଅପମାନିତ କରୁଛି।
ଏହି ଘଟଣାରେ ସ୍ପଷ୍ଟୀକରଣ ମାଗି ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ ସେ ଏପର୍ଯ୍ୟନ୍ତ କୌଣସି ଜବାବ ଦେଇନାହାଁନ୍ତି।
ଅନ୍ୟପଟେ, ଏହି ବିବାଦୀୟ ଭିଡିଓକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ପ୍ରତିକ୍ରିୟା ରଖିଥିଲେ।
ଏହି ଭିଡିଓ ପଛରେ କୃପା ଆଲଭାଙ୍କ ହାତ ଥିବା ସେ ଅଭିଯୋଗ କରିଥିଲେ।
ଏଥିସହ ଭିଡିଓଟି ପ୍ରସାରଣ ଓ ପ୍ରକାଶନ ଉପରେ ରୋକ୍ ଲଗାଇବା ପାଇଁ ସେ ଅଦାଲତଙ୍କ ନିକଟରୁ ନିଷେଧାଦେଶ ମଧ୍ୟ ହାସଲ କରିଛନ୍ତି।
Advertisment ଏହି ସବୁ ବିବାଦ ଭିତରେ ବେଙ୍ଗାଲୁରୁ ପୋଲିସ କହିଛି, ସିଦ୍ଧାରମୈୟାଙ୍କ ବିରୁଦ୍ଧରେ ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ଓ ଉଦ୍ଦେଶ୍ୟ ପ୍ରଣୋଦିତ କାହାଣୀ।
ତଦନ୍ତରୁ ଏଭଳି କୌଣସି ଘଟଣା ଘଟିଥିବା ନେଇ କୌଣସି ପ୍ରମାଣ ମିଳିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।