Congress Nandigram Candidate Arrested: ନନ୍ଦୀଗ୍ରାମରେ ବଡ଼ ଟ୍ୱିଷ୍ଟ, ମମତାଙ୍କ ସମର୍ଥନ ପରେ କଂଗ୍ରେସ ପ୍ରାର୍ଥୀ ଗିରଫ
ନନ୍ଦୀଗ୍ରାମରେ ରାଜନୈତିକ ଟ୍ୱିଷ୍ଟ। କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଶୁକ୍ରବାର ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ୨୦୦୭ ମସିହାର ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ସମ୍ପର୍କିତ ଏକ ମାମଲାରେ ଏହି ଗିରଫଦାରୀ ହୋଇଥିବା କଂଗ୍ରେସର ରାଜ୍ୟ ଶାଖା କହିଛି।
ଘଟଣାର ବିଶେଷ ଦିଗ ହେଉଛି, ମିଲନଙ୍କୁ ଗିରଫ କରାଯିବାର କିଛି ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଗୋଷ୍ଠୀ ନନ୍ଦୀଗ୍ରାମ ଉପନିର୍ବାଚନରେ ତାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଥିଲା। ମମତାଙ୍କ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିବା ପରେ ଏହି ନିଷ୍ପତ୍ତି ଆସିଥିଲା।
୨୦୦୭ର ନନ୍ଦୀଗ୍ରାମ ଆନ୍ଦୋଳନରେ ୧୪ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପଶ୍ଚିମବଙ୍ଗର ରାଜନୀତିକୁ ବଦଳାଇବାରେ ବଡ଼ ଭୂମିକା ନେଇଥିଲା।
ଏପଟେ ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ଜାରି ରହିଛି। ନିର୍ବାଚନ କମିଶନ ପୁରୁଣା ଦଳୀୟ ନାମ ଓ ‘ଫୁଲ-ଘାସ’ ଚିହ୍ନକୁ ଅସ୍ଥାୟୀ ଭାବେ ଫ୍ରିଜ୍ କରିଛନ୍ତି। ଆଗାମୀ ଉପନିର୍ବାଚନ ପାଇଁ ମମତାଙ୍କ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଓ ଫୁଟବଲ ଖେଳାଳି ଚିହ୍ନ ମିଳିଥିବା ବେଳେ, ବିରୋଧୀ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଓ ଲଫାପା ଚିହ୍ନ ଦିଆଯାଇଛି।
ମମତା ଏହି ନିଷ୍ପତ୍ତିକୁ ନେଇ ନିର୍ବାଚନ କମିଶନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତେବେ ନନ୍ଦୀଗ୍ରାମରେ କଂଗ୍ରେସ ପ୍ରାର୍ଥୀଙ୍କ ଗିରଫଦାରୀ ପରେ ଉପନିର୍ବାଚନୀ ରାଜନୀତି ଆହୁରି ରୋଚକ ମୋଡ଼ ନେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।