Controversy: ଭୋଟ୍ ଚୋରି ଅଭିଯୋଗ ନେଇ ରାହୁଲଙ୍କୁ ଘେରିଲେ ଅନୁରାଗ ଠାକୁର

Oct 12, 2026 - 20:54
Controversy: ଭୋଟ୍ ଚୋରି ଅଭିଯୋଗ ନେଇ ରାହୁଲଙ୍କୁ ଘେରିଲେ ଅନୁରାଗ ଠାକୁର

"ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ ଅସ୍ଥିରତା ଓ ବିଶୃଙ୍ଖଳା ସୃଷ୍ଟି କରିବା ସହ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସୋମବାର ଅଭିଯୋଗ କରିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର।

ଭୋଟ୍ ଚୋରି ଅଭିଯୋଗ ଉଠାଇ ରାହୁଲ ଜନସାଧାରଣଙ୍କ ନିର୍ବାଚନୀ ଜନାଦେଶକୁ ପ୍ରଶ୍ନ କରୁଛନ୍ତି ଏବଂ ଏହାଦ୍ୱାରା ବିଶ୍ୱସ୍ତରରେ ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି ବୋଲି ସେ କହିଛନ୍ତି।Advertisment ସୋମବାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଠାକୁର ଏହି ଅଭିଯୋଗ ଆଣିଥିଲେ।

ବିରୋଧୀ ଦଳର ଜଣେ ନେତାଙ୍କଠାରୁ ଏଭଳି ଆଚରଣ ପୂର୍ବରୁ ଦେଖିବାକୁ ମିଳିନାହିଁ ବୋଲି ସେ କହିବା ସହ ରାହୁଲଙ୍କ ରାଜନୈତିକ ଶୈଳୀକୁ ସମାଲୋଚନା କରିଥିଲେ।

ରାହୁଲ ବାରମ୍ବାର ନିର୍ବାଚନ ଆୟୋଗ, ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ୍‌) ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କୁ ଦୋଷ ଦେଉଛନ୍ତି ବୋଲି ଠାକୁର ଅଭିଯୋଗ କରିଥିଲେ।

ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରୁଥିବା ଅଭିଯୋଗ ତାଙ୍କ ମତରେ, ନିର୍ବାଚନରେ ପରାଜୟ ପରେ ସଂସ୍ଥାଗୁଡ଼ିକୁ ଦାୟୀ କରିବା ପରିବର୍ତ୍ତେ ଅଭିଯୋଗ ସପକ୍ଷରେ ପ୍ରମାଣ ଦେବା ଆବଶ୍ୟକ।

ଦେଶକୁ ଅଭିଯୋଗ ନୁହେଁ, ସତ୍ୟ ଓ ପ୍ରମାଣ ଦରକାର ବୋଲି ସେ କହିଥିଲେ।

ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ ଜଣାଇବା ସମୟରେ ରାହୁଲଙ୍କୁ ପ୍ରମାଣ ଦାଖଲ କରିବାକୁ କୁହାଯାଇଥିଲା ବୋଲି ମଧ୍ୟ ଠାକୁର ଦାବି କରିଥିଲେ।

ଏହା ସହିତ, ବିଚାରାଧୀନ ମାମଲାଗୁଡ଼ିକୁ ନେଇ ରାହୁଲଙ୍କ ନ୍ୟାୟପାଳିକା ପ୍ରତି ଆଭିମୁଖ୍ୟ ଉପରେ ସେ ପ୍ରଶ୍ନ ଉଠାଇଥିଲେ।

ସୁପ୍ରିମ୍‌କୋର୍ଟକୁ ରାଜନୈତିକ ଲଢ଼େଇର ମଞ୍ଚ କରାଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଥିବା ସେ ଉଲ୍ଲେଖ କରିଥିଲେ।

Nobel Prize: ଆମେରିକା ଅର୍ଥଶାସ୍ତ୍ରୀ ରବର୍ଟ ଇ ହାଲ ଓ ମାଇକେଲ ଉଡଫୋର୍ଡଙ୍କୁ ଅର୍ଥନୀତିରେ ନୋବେଲ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।