Cotton import: କପା ଆମଦାନି ଶୁଳ୍କ ଛାଡ଼ ଅବଧି ଆଉ ୨ ମାସ ବୃଦ୍ଧି

Oct 31, 2026 - 23:19
Cotton import: କପା ଆମଦାନି ଶୁଳ୍କ ଛାଡ଼ ଅବଧି ଆଉ ୨ ମାସ ବୃଦ୍ଧି

ନୂଆଦିଲ୍ଲୀ: କପା ଆମଦାନି ଉପରେ ଲାଗୁ ହେଉଥିବା ସୀମା ଶୁଳ୍କ ଛାଡ଼ ଅବଧିକୁ କେନ୍ଦ୍ର ସରକାର ଆଉ ଦୁଇ ମାସ ବଢ଼ାଇ ଦେଇଛନ୍ତି।

ଏହାଦ୍ୱାରା ୨୦୨୬ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଶିଳ୍ପ ସଂସ୍ଥାଗୁଡ଼ିକ ବିନା ଆମଦାନି ଶୁଳ୍କରେ ବିଦେଶରୁ କପା ଆଣିପାରିବେ।

ଏହି ନିଷ୍ପତ୍ତି ଦେଶର ବୟନ ଓ ପୋଷାକ ଶିଳ୍ପକୁ ବଡ଼ ଆଶ୍ୱସ୍ତି ଦେଇଛି।

Advertisment ପୂର୍ବରୁ ଏହି ଶୁଳ୍କ ଛାଡ଼ ଅବଧି ଅକ୍ଟୋବର ୩୧ ତାରିଖରେ ଶେଷ ହେବାର ଥିଲା।

ତେବେ ଗତକାଲି ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରି ଏହାର ଅବଧିକୁ ଆଉ ଦୁଇ ମାସ ବଢ଼ାଇ ଦେଇଛି।

ସରକାରଙ୍କ ଏହି ପଦକ୍ଷେପ ଫଳରେ ବିଦେଶରୁ କପା ଆମଦାନି ପ୍ରକ୍ରିୟା ସହଜ ହେବା ସହ ଦେଶରେ କଞ୍ଚାମାଲ ଯୋଗାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଏହାଦ୍ୱାରା ବୟନ ଶିଳ୍ପର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବା ସହ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିଯୋଗିତା କ୍ଷମତା ବଢ଼ିବ।

ଉଲ୍ଲେଖଯୋଗ୍ୟ, ଗତ ମେ ମାସରେ କେନ୍ଦ୍ର ସରକାର କପା ଆମଦାନି ଉପରେ ଲାଗୁ ହେଉଥିବା ୧୧ ପ୍ରତିଶତ ଶୁଳ୍କକୁ ଜୁନ୍‌ ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ହଟାଇ ଦେଇଥିଲେ।

ବର୍ତ୍ତମାନ ଏହି ରିହାତି ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

୩୦ ବର୍ଷର ନିଷ୍ଠାପର ସେବା ପରେ ନେଲେ ଅବସର, ତଥାପି ମିଳିଲାନି ସରକାରୀ ସ୍ୱୀକୃତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।