Cricket: ଅଷ୍ଟ୍ରେଲିଆକୁ ପାଳି ଓ ୩୧ ରନ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା

Oct 22, 2026 - 21:48
Cricket: ଅଷ୍ଟ୍ରେଲିଆକୁ ପାଳି ଓ ୩୧ ରନ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା

ଗ୍ବାବେରା: ସ୍ଥାନୀୟ ସେଣ୍ଟ୍‌ ଜର୍ଜ ପାର୍କଠାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପାଳି ଓ ୩୧ ରନ୍‌ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା।

ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ଶୃଙ୍ଖଳା ୧-୧ ସମାନ ସ୍ତରରେ ରହିଛି।

ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟ ଅକ୍ଟୋବର ୨୭ରେ ଖେଳାଯିବ।

ଘରୋଇ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ଅଧିନାୟକ ତେମ୍ବା ବଭୁମାଙ୍କ ୧୭୯ ରନ୍‌ ବଳରେ ୪୨୫ ରନ୍‌ କରିଥିଲା।

Advertisment ଜବାବରେ ମାର୍କୋ ୟାନସେନ୍‌ଙ୍କ ୫ ୱିକେଟ୍‌ ସଫଳତା ଯୋଗୁଁ ଅଷ୍ଟ୍ରେଲିଆର ପ୍ରଥମ ପାଳି ମାତ୍ର ୯୯ ରନ୍‌ରେ ଶେଷ ହୋଇଥିଲା।

ଫଳରେ ଭ୍ରମଣକାରୀ ଦଳ ଫଲୋଅନ୍‌ ଖେଳିଥିଲା ଏବଂ ଦ୍ବିତୀୟ ପାଳିରେ ଟ୍ରାଭିସ୍‌ ହେଡ୍‌(୧୨୧ ରନ୍‌)ଙ୍କ ଶତକ ସତ୍ତ୍ବେ ୨୯୫ ରନ୍‌ ଅଲ୍‌ଆଉଟ୍‌ ହୋଇ ଲଜ୍ଜାଜନକ ପରାଜୟରୁ ବର୍ତ୍ତିପାରି ନଥିଲା।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡ଼ା ୪ ଓ ଓ୍ବିଆନ୍‌ ମୁଲ୍ଡର ୩ ଓ୍ବିକେଟ୍‌ ଅକ୍ତିଆର କରିଥିଲେ।

ବଭୁମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।