Cricket: ଗୁରୁବାରଠୁ ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା
"ଖ୍ରୀଷ୍ଟଚର୍ଚ୍ଚ: ବିଶ୍ୱ ବିଜେତା ଭାରତ ଗୁରୁବାରଠୁ ଘରୋଇ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଅଭିଯାନ ଆରମ୍ଭ କରିବ।
କ୍ରମାଗତ ବ୍ୟସ୍ତବହୁଳ କ୍ରିକେଟ୍ ସୂଚୀ, ଦୀର୍ଘ ଯାତ୍ରା ଜନିତ କ୍ଲାନ୍ତି ଏବଂ ଜଳବାୟୁ ସହ ଖାପଖୁଆଇବା ପାଇଁ ସମୟର ଅଭାବ ଟିମ୍ ଇଣ୍ଡିଆ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।
ଏହା ସହିତ ଦଳର ଦୁଇ ପ୍ରମୁଖ ତାରକା ଖେଳାଳି ଯଶପ୍ରୀତ ବୁମ୍ରା ଓ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଭାରତୀୟ ଶିବିରକୁ କିଛିଟା ଦୁର୍ବଳ କରିଛି।Advertisment ତେବେ ଭୁବନେଶ୍ବର କୁମାର ଓ ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ବରୁଣ ଚକ୍ରବର୍ତ୍ତୀ ଫେରିବା ଭାରତୀୟ ଶିବିରକୁ ବଳ ଦେଇଛି।
ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ବିଦେଶରେ ଆୟର୍ଲାଣ୍ଡ ଓ ଇଂଲଣ୍ଡଠୁ ଶୃଙ୍ଖଳା ହାରିଥିଲା ବେଳେ ଜିମ୍ବାୱେକୁ ୩-୦ରେ ହରାଇ ପ୍ରତ୍ୟାବର୍ତ୍ତନ କରିଥିଲା।
ଏହାପରେ ଘରୋଇ ପଡ଼ିଆରେ ଆଫ୍ଗାନିସ୍ତାନକୁ ହରାଇବା ପରେ ଏସୀୟ କ୍ରୀଡ଼ାରେ ବିଜେତା ହୋଇଥିଲା।
ଉତ୍ସାହିତ ଅଛନ୍ତି ସ୍ଥାନୀୟ ଦର୍ଶକ ତେବେ ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାକୁ ୨-୨ରେ ଅମୀମାଂସିତ ରହିଥିଲା।
ଫଳରେ ଆୟରଙ୍କ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇ ପଡ଼ିଛି।
ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚି ବୁଧବାର ଝାଳବୁହା ଅଭ୍ୟାସ କରି ପରିବେଶକୁ ପରିଖିଛି।
ଅନ୍ୟପକ୍ଷରେ ଆହତ ରାଚିନ ରବୀନ୍ଦ୍ର ଦଳରୁ ବାଦ୍ ପଡ଼ିଥିଲା ବେଳେ ଡେଭନ୍ କନୱେଙ୍କୁ ନ୍ୟୁଜିଲାଣ୍ଡ ଶୀର୍ଷ କ୍ରମରେ ଖେଳାଇପାରେ।
ଦଳକୁ ପ୍ରାୟ ୧୮ ମାସ ପରେ ଫେରିଥିବା ଫିନ୍ ଆଲେନ୍ଙ୍କୁ ନେଇ ସ୍ଥାନୀୟ ଦର୍ଶକ ଉତ୍ସାହିତ ଅଛନ୍ତି।
ଅଧିନାୟକ ମିଚେଲ ସାଣ୍ଟନରଙ୍କ ନେତୃତ୍ବରେ ଘରୋଇ ଦଳ ଶକ୍ତିଶାଳୀ ପେସ୍ ବାହିନୀ ସହ ପଡ଼ିଆକୁ ଓହ୍ଲାଇବ।
ପେସ୍ ଉପଯୋଗୀ ପିଚ୍ରେ ମଧ୍ୟ ଭାରତ ଚୂଡ଼ାନ୍ତ ଏକାଦଶରେ ସ୍ପିନର୍ଙ୍କ ଅପେକ୍ଷା ପେସ୍ ଅଲ୍ରାଉଣ୍ଡରଙ୍କୁ ସୁଯୋଗ ଦେବାର ସମ୍ଭାବନା ରହିଛି।
ତେଣୁ ଅଭିଜ୍ଞ ଭୁବନେଶ୍ବର ଖେଳିବା ସମ୍ଭାବନା ଅଧିକ ରହିଛି।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅକ୍ଷର ପଟେଲ ଓ ନମନ ଧୀର ଭଲ କରିଥିବାରୁ ବରୁଣ ବେଞ୍ଚରେ ବସିପାରନ୍ତି।
ପେସ୍ ଅଲ୍ରାଉଣ୍ଡରଙ୍କୁ ସୁଯୋଗ ପିଚ୍ ଓ ପାଗ: ଏବେ ଗ୍ରୀଷ୍ମଋତୁର ଆରମ୍ଭ ହେଉଥିବାରୁ ପାଗ ବେଶ୍ ଭଲ ରହିଛି।
ଦିନବେଳ ପାଗ ଭଲ ରହିଛି।
ହେଲେ ମ୍ୟାଚ୍ ସ୍ଥାନୀୟ ସମୟ ରାତି ୮ଟାରେ ଖେଳାଯିବାକୁ ଥିବାରୁ ପାଗ ଥଣ୍ଡା ହୋଇଯିବ।
ଏହା ବ୍ୟତୀତ, ରାତି ବଢ଼ିଲେ କାକର ପଡ଼ିବାର ସମ୍ଭାବନା ରହିଛି।
ତେଣୁ ପ୍ରଥମେ ଟସ୍ ଜିତିଥିବା ଦଳ ବୋଲିଂ କରିବାକୁ ପସନ୍ଦ କରିପାରନ୍ତି।
ଭାରତ (ସମ୍ଭାବ୍ୟ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ୍ (ୱିକେଟ୍ରକ୍ଷକ), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ନମନ ଧୀର, ଅର୍ଶଦୀପ ସିଂହ।
ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ଏକାଦଶ): ଫିନ୍ ଆଲେନ, ଟିମ୍ ସେଫର୍ଟ (ୱିକେଟ୍କିପର), ଡେଭନ କନୱେ, ଗ୍ଲେନ୍ ଫିଲିପ୍ସ, ଡାରିଲ ମେଚେଲ, ମାଇକେଲ ବ୍ରେସ୍ୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ୍, କାଇଲ ଜାମିସନ, ମ୍ୟାଟ୍ ହେନରି, ଲୋକି ଫର୍ଗୁସନ।
୧୦୮ କେଜି ଭାର ଉଠାଇଛନ୍ତି ତାମିଲନାଡ଼ୁ ୪୨ ବର୍ଷୀୟା କସ୍ତୁରୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।