Cricket: ତିଳକ ନୂଆ ଟ୍ବେଣ୍ଟି-୨୦ ଚେଜ୍‌ମାଷ୍ଟର

Oct 25, 2026 - 13:39
Cricket: ତିଳକ ନୂଆ ଟ୍ବେଣ୍ଟି-୨୦ ଚେଜ୍‌ମାଷ୍ଟର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଙ୍କ ପରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ତିଳକ ବର୍ମା ନୂଆ ଚେଜ୍‌ମା‌ଷ୍ଟର ଭାବେ ଉଭା ହୋଇଛନ୍ତି। ‌କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ କଠିନ ଲକ୍ଷ୍ୟକୁ ପିଛା କରିବାକୁ ପଡ଼ୁଥିଲା ବେଳେ ତିଳକଙ୍କ ବ୍ୟାଟ୍‌ ଗର୍ଜୁଛି।

ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷ ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ବିରାଟଙ୍କ ଐତିହାସିକ ପାଳି ଏବେ ବି କ୍ରିକେଟ୍‌ ପ୍ରେମୀଙ୍କ ମନରେ ଲିଭିନି।

ହେଲେ ଗତ ବର୍ଷକ ମଧ୍ୟରେ ତିଳକ ମଧ୍ୟ ସେହିଭଳି ଚାପପୂର୍ଣ୍ଣ ପରିସ୍ଥିତିରେ ଦଳକୁ ଜିତାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଭାରତର ୧୨ ଥର ରନ୍‌ ପଶ୍ଚାତ୍‌ଧାବନ ବିଜୟରେ ତିଳକ ୮ ଥର ଅପରାଜିତ ରହିଛନ୍ତି।

Advertisment ମୋଟ ଉପରେ ୨୬ ସଫଳ ଟ୍ବେଣ୍ଟି-୨୦ ରନ୍‌ ପଶ୍ଚାତ୍‌ଧାବନରେ ତିଳକଙ୍କ ଦଳ ଜିତିଛି।

ଏହା ମଧ୍ୟରୁ ସେ ୨୦ ଥର ଅପରାଜିତ ରହିଛନ୍ତି।

ଏହି ପ୍ରଦର୍ଶନ ତାଙ୍କୁ ଭାରତର ନୂଆ ଚେଜ୍‌ମାଷ୍ଟର ଭାବେ ପରିଚିତ କରାଇଛି।

ଶନିବାର ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟ୍ବେଣ୍ଟି-୨୦ରେ ତିଳକ ନିଜକୁ ପୁଣି ଥରେ ପ୍ରମାଣିକ କରିଛନ୍ତି।

୧୮୧ ରନ୍‌କୁ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୧୦.୩ ଓଭରରେ ୬୯/୪ କରି ସଙ୍କଟରେ ପଡ଼ିଥିଲା।

ତିଳକ ୨୬ ବଲ୍‌ରୁ ୫୧ ରନ୍‌ (୬ ଚୌକା, ୧ ଛକା)ର ଅପରାଜିତ ପାଳି ଖେଳି ଗୋଟିଏ ବଲ୍‌ ପୂର୍ବରୁ ଦଳକୁ ୪ ୱିକେଟର ବିଜୟ ଭେଟି ଦେଇଥିଲେ।

ଅବିଶ୍ବସନୀୟ ବିଜୟ ଦଳୀୟ ସ୍କୋର୍‌ ୧୪.୫ ଓଭରରେ ୧୧୨/୬ରେ ଥିଲା ବେଳେ ସେ ଓ ନୀତୀଶ କୁମାର ରେଡ୍ଡୀ ସପ୍ତମ ୱିକେଟ୍‌ରେ ୩୦ ବଲ୍‌ରୁ ଅପରାଜିତ ୬୯ ରନ୍‌ର ଭାଗୀଦାର ଗଢ଼ି ଭାରତକୁ ଏହି ଅବିଶ୍ବସନୀୟ ବିଜୟ ଦେଇଥିଲେ।

ନୀତୀଶ ୧୩ ବଲ୍‌ରୁ ୨୬* (୧ ଚୌକା, ୧ ଛକା) ରନ୍‌ କରିଥିଲା ବେଳେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଥିଲା।

ନମନ ଧୀର (୧୭ ବଲ୍‌ରୁ ୩୧, ୧ ଚୌକା, ୩ ଛକା) ମଧ୍ୟ ବିସ୍ଫୋରକ ପାଳି ଖେଳି ବିଜୟରେ ନିଜର ଅବଦାନ ରଖିଥିଲେ।

୧୧୩ରେ ଶେଷ ହୋଇଥିଲା ଭାରତର ପ୍ରଥମ ପାଳି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ତିଳକ ବିଜୟ ପରେ କହିଥିଲେ ଯେ ''‌ମୋତେ ଗୌତମ ସାର୍‌ ଓ କୋଟାକ ସାର୍‌ କହିଥିଲେ, ପୂରା ଭାରତ ତୁମ ଉପରେ ବିଶ୍ବାସ ରଖିଛି।

ତୁମେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କଲେ ଜିତିପାରିବା।

ଏହାପରେ ନମନଙ୍କୁ କହିଥିଲି, ସ୍ପିନର୍‌ ବୋଲିଂ କରୁଥିବା ବେଳେ ଆମେ ଦ୍ରୁତ ରନ୍‌ ନେବା।

ଦୁର୍ଭାଗ୍ୟବଶତଃ ମିଚେଲଙ୍କ ଶେଷ ଓଭରରେ ନମନ ଆଉଟ୍‌ ହେଲେ।

ନହେଲେ ଆମେ ୧୮ତମ ଓଭରରେ ହିଁ ଜିତି ପାରିଥାନ୍ତୁ।

ତାଙ୍କ ଆଉଟ୍‌ ପରେ ନୀତୀଶ ମୁଁ ରନ୍‌ ରୋଟେଡ୍‌ କରିବା ସହ ଖରାପ ବଲ୍‌କୁ ବଡ଼ ସଟ୍‌ ମାରିବା ନେଇ ଆଲୋଚନା କରିଥିଲୁ।

ଏହା କରି ଆମେ ସଫଳ ହୋଇଥିଲୁ।”

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।