Cricket: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ‘ଏ’ ଟେଷ୍ଟ ଅମୀମାଂସିତ: ଜୟସ୍ବାଲ, ରାଠୋଡ଼ଙ୍କ ଜବଦସ୍ତ ବ୍ୟାଟିଂ

Nov 04, 2026 - 15:08
Cricket: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ‘ଏ’ ଟେଷ୍ଟ ଅମୀମାଂସିତ: ଜୟସ୍ବାଲ, ରାଠୋଡ଼ଙ୍କ ଜବଦସ୍ତ ବ୍ୟାଟିଂ

ଖ୍ରୀଷ୍ଟଚର୍ଚ୍ଚ: ଭାରତ 'ଏ' ଓ ନ୍ୟୁଜିଲାଣ୍ଡ 'ଏ' ମଧ୍ୟରେ ଏଠାରେ ଚାଲିଥିବା ଦ୍ବିତୀୟ ଅନୌପଚାରିକ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି।

ପ୍ରଥମ ପାଳିରେ ଅଧିନାୟକ ଧ୍ରୁବ ଜୁରେଲଙ୍କ ଶତକ ବଳରେ ୩୪୬ ରନ୍‌ କରିଥିଲା।

ଜବାବରେ ନ୍ୟୁଜିଲାଣ୍ଡ ୪୨୪ ରନ୍‌ କରି ୭୮ ରନ୍‌ରେ ଆଗୁଆ ରହିଥିଲା।

ମୁକେଶ କୁମାରଙ୍କୁ ୫ ୱିକେଟ୍‌ ସଫଳତା ମିଳିଥିଲା।

Advertisment ମୁକେଶ କୁମାରଙ୍କୁ ୫ ୱିକେଟ୍‌ ସଫଳତା ଭାରତ ଦ୍ବିତୀୟ ପଳି ଆରମ୍ଭ କରି ୩୫ ରନ୍‌ରେ ସାଇ ସୁଦର୍ଶନ (୧୧) ଓ ଦେବଦତ୍ତ ପଡ଼ିକଲ (୦)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା।

ହେଲେ ଏହାପରେ ଯଶସ୍ବୀ ଜୟସ୍ବାଲ ଓ ୟଶ୍‌ ରାଠୋଡ଼ ଜବରଦସ୍ତ ବ୍ୟାଟିଂ କରି ଅବିଭାଜିତ ତୃତୀୟ ୱିକେଟ୍‌ରେ ୨୪୫ ବଲ୍‌ରୁ ୨୪୭ ରନ୍‌ ଭାଗୀଦାର ଗଢ଼ିବାରୁ ଭାରତ ୨୮୨/୨ରେ ପହଞ୍ଚିଥିଲା।

ଉଦ୍‌ଯାପିତ ହେଲା ଏନ୍‌ଆଇଟି ରାଉରକେଲା କ୍ରୀଡ଼ା ମହୋତ୍ସବ ମ୍ୟାଚ୍‌ ଆଉ ପ୍ରାୟ ଦୁଇ ଘଣ୍ଟା ବାକି ଥିଲା ବେଳେ ଫଳାଫଳ ବାହାରିବା ସମ୍ଭାବନା ନଥିବାରୁ ଦୁଇ ଅଧିନାୟକ ସମ୍ମତି ପରେ ଅମ୍ପାୟାର ଅମୀମାଂସିତ ଘୋଷଣା କରିଥିଲେ।

ଜୟସ୍ବାଲ ୧୬୨ ବଲ୍‌ରୁ ୧୫୫* (୧୫ ଚୌକା, ୫ ଛକା) ଏବଂ ରାଠୋଡ଼ ୧୨୨ ବଲ୍‌ରୁ ୧୦୦* (୯ ଚୌକା) ରନ୍‌ କରିଥିଲେ।

ଜୟସ୍ବାଲଙ୍କ ଏହା ଅଷ୍ଟାଦଶତମ ପ୍ରଥମ ଶ୍ରେଣୀ ଶତକ।

ପ୍ରଥମ ଅନୌପଚାରିକ ଟେ‌ଷ୍ଟ୍‌ ମଧ୍ୟ ଅମୀମାଂସିତ ଭାବେ ଶେଷ ହୋଇଥିଲା।

ତୃତୀୟ ତଥା ଅନ୍ତିମ ଟେଷ୍ଟ ୭ ତାରିଖରୁ ଲିନ୍‌ଙ୍କନ୍‌ରେ ଖେଳାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।