Cricket: ମନ୍ଧାନା ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହକାରୀ
"ନାଗୋୟା: ଭାରତୀୟ ମହିଳା କ୍ରିକେଟ୍ ଦଳର ଓପନର୍ ସ୍ମୃତି ମନ୍ଧାନା ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ରନ୍ ସ୍କୋର କରିଥିବା ବ୍ୟାଟର୍ ହୋଇଛନ୍ତି।
ଏସୀୟ କ୍ରୀଡ଼ାର ସେମିଫାଇନାଲରେ ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବ୍ୟାଟିଂ କରିବା ସମୟରେ ସେ ଏହି ସଫଳତା ହାସଲ କରିଛନ୍ତି।
ତାଙ୍କର ମୋଟ ଟ୍ବେଣ୍ଟି-୨୦ ରନ୍ ୬୭୬୧ରେ ପହଞ୍ଚିଛି।
ଏହା ସହିତ ସେ ନ୍ୟୁଜିଲାଣ୍ଡର ପୂର୍ବତନ ଓପନର୍ ସୁଜି ବେଟ୍ସଙ୍କୁ ପଛରେ ପକାଇଛନ୍ତି।
Advertisment ସୁଜି ବେଟ୍ସଙ୍କୁ ପଛରେ ପକାଇଛନ୍ତି ସ୍ମୃତି ମନ୍ଧାନା ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ପରେ ଏହି ଫର୍ମାଟ୍ରୁ ଅବସର ନେଇଥିବା ବେଟ୍ସଙ୍କ ନାମରେ ୪,୭୫୮ ରନ୍ ରହିଛି।
ମନ୍ଧାନା ମଧ୍ୟ ଟ୍ବେଣ୍ଟି-୨୦ରେ ୧୦୦ ଛକା ମାରିବାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ମହିଳା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ରନ ସଂଗ୍ରହକାରୀ ତାଲିକାରେ ଭାରତୀୟ ଅଧିନାୟିକା ହରମନପ୍ରୀତ୍ କୌର (୪୨୮୭) ତୃତୀୟ ଏବଂ ଶ୍ରୀଲଙ୍କା ଅଧିନାୟିକା ଚମାରି ଅଟାପଟୁ (୪୨୮୨) ଚତୁର୍ଥରେ ରହିଛନ୍ତି।
ପଞ୍ଚମରେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ (୩୮୧୭) ଅଛନ୍ତି।
ନ୍ୟୁଜିଲ୍ୟାଣ୍ଡ ସଂସଦରେ ଚୁକ୍ତିକୁ ଅନୁମୋଦନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।