Cricket: ଆଗୁଆ ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ: ବଞ୍ଚାଇ ରଖିବା ଆଶାରେ ନ୍ୟୁଜିଲାଣ୍ଡ

Oct 26, 2026 - 12:25
Cricket: ଆଗୁଆ ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ: ବଞ୍ଚାଇ ରଖିବା ଆଶାରେ ନ୍ୟୁଜିଲାଣ୍ଡ

ୱେଲିଂଟନ୍‌: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମୁକାବିଲା ମଙ୍ଗଳବାର ସ୍ଥାନୀୟ ହେନରି ଷ୍ଟାଡିୟମ୍‌ରେ ଖେଳାଯିବ।

ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଇଥିବା ପ୍ରଥମ ଦୁଇ ମ୍ୟାଚ୍‌କୁ ଭ୍ରମଣକାରୀ ଭାରତ ଜିତି ଶୃଙ୍ଖଳାରେ ୨-୦ରେ ଆଗରେ ରହିଛି।

ଏବେ ଶ୍ରେୟସ ଆୟର ଙ୍କ ଦଳ ମଙ୍ଗଳବାର ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କରିବା ଲକ୍ଷ୍ୟରେ ରହିଛି।

Advertisment ପ୍ରଥମ ମ୍ୟାଚ୍‌ରେ ୨୨୬ ରନ୍‌ର ଲକ୍ଷ୍ୟକୁ ହାସଲ କରି ଭାରତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପଶ୍ଚାତ୍‌ଧାବନରେ ବଡ଼ ବିଜୟ ପାଇଥିଲା।

ଦ୍ବିତୀୟରେ ପରାଜୟର ଦ୍ବାରରେ ଥିଲେ ମଧ୍ୟ ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀ ଚମତ୍କାର ଖେଳି ଭ୍ରମଣକାରୀ ଦଳକୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିଲେ।

ଦୁଇ ମ୍ୟାଚ୍‌ରେ କଡ଼ା ଟକ୍କର ଦେଇ ପରାଜୟ ବରଣ କରିଥିବା ଘରୋଇ ଦଳ ଶୃଙ୍ଖଳା ବଞ୍ଚାଇ ରଖିବାକୁ ଚେଷ୍ଟା କରିବ।

ୱେଲିଟନ୍‌ରେ ଖେଳାଯିବ ମ୍ୟାଚ୍‌ ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଇଥିଲା ବେଳେ ଏହି ମ୍ୟାଚ ନୂଆ ପରିବେଶ ୱେଲିଟନ୍‌ରେ ଖେଳାଯିବ।

ହେନରି ଷ୍ଟାଡିୟମ୍‌ରେ ଅଧିକ ପବନ ବହିବାର ସମ୍ଭାବନା ଥିଲା ବେଳେ ଏହାର ସ୍କୋୟାର ବାଉଣ୍ଡରି ଛୋଟ (ପ୍ରାୟ ୬୦ ମିଟର)।

ତେଣୁ ସଂପ୍ରତି ଶୃଙ୍ଖଳାରେ ଆଗରେ ଥିବା ଭାରତକୁ ଏଠାରେ ନୂଆ ରଣନୀତି ଆପଣେଇବାକୁ ପଡ଼ିବ।

ଈଶାନ କିଶନ ସୁସ୍ଥ ହୋଇ ନଥିବାରୁ ତୃତୀୟ ଟ୍ବେଣ୍ଟି-୨୦ରେ ଖେଳିବେନି ବୋଲି ବିସିସିଆଇ ସୂଚନା ଦେଇଛି।

ତେଣୁ ତାଙ୍କ ସ୍ଥାନରେ ପୁଣି ଥରେ ୧୫ ବର୍ଷୀୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ।

ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସେ ତୃତୀୟ ସ୍ଥାନରେ ବିଫଳ ହୋଇଥିବାରୁ ଏହି ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ସହ ଓପନ୍‌ କରିପାରନ୍ତି।

ଏଠାରେ ନିଜର ପରାକ୍ରମ ଦେଖାଇ ଚୟନକର୍ତ୍ତାକୁ ଆକର୍ଷିତ କରିବାକୁ ଚେଷ୍ଟା କରିବେ।

ତୃତୀୟ ସ୍ଥାନରେ ସଞ୍ଜୁ ସାମ୍‌ସନ୍‌ ଖେଳିବେ ବୋଲି ସୂଚନା ମିଳିଛି।

ବ୍ୟାଟିଂ କ୍ରମ ଅଦଳବଦଳ ଛଡ଼ା ଚୂଡ଼ାନ୍ତ ଏକାଦଶ‌ରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

Cricket" ପୁରୁଷ କ୍ରିକେଟର୍‌ଙ୍କ ସହ ଖେଳି ଇତିହାସ ରଚିଲେ ଦିୟା, ଭଦ୍ରା ହେନରି ଓ ଫର୍ଗୁସନ୍‌ ବିନା ନ୍ୟୁଜିଲାଣ୍ଡ ଅନ୍ୟପକ୍ଷରେ ମ୍ୟାଟ୍‌ ହେନରି ଓ ଲୋକି ଫର୍ଗୁସନ୍‌ଙ୍କୁ ରିଲିଜ୍‌ କରିଥିବାରୁ ନ୍ୟୁଜିଲାଣ୍ଡ ସେମାନଙ୍କ ବିନା ପଡ଼ିଆକୁ ଓହ୍ଲାଇବ।

ତେବେ ଦଳରେ ଆଦାମ ମିଲ୍‌ନେ ଓ ବ୍ଲେୟର ଟିକ୍‌ନର ସ୍ଥାନ ପାଇଛନ୍ତି।

ଗତ ଦୁଇ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଦୁଇ ସ୍ପିନର ମିଚେଲ ସାଣ୍ଟନର ଓ ମାଇକେଲ ବ୍ରେସ୍‌ୱେଲ ମିଳିତ ଭା‌‌ବେ ୧୬ ଓଭର ବୋଲିଂ କରି ୧୩୨ ରନ୍‌ରେ ୮ ୱିକେଟ୍‌ ନେଇଛନ୍ତି।

ତେବେ ଭାରତ ଖେଳାଇଥିବା ଏକମାତ୍ର ଅଭିଜ୍ଞ ସ୍ପିନର ଅକ୍ଷର ପଟେଲ ୧୦ରୁ ଅଧିକ ଇକୋନୋମିରେ ରନ୍‌ ବ୍ୟୟ କରିଛନ୍ତି।

ଅନ୍ୟପକ୍ଷରେ ଶୃଙ୍ଖଳା ବଞ୍ଚାଇ ରଖିବାକୁ ହେଲେ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ ହୋଇଛି।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ୧୦ ମ୍ୟାଚ୍‌ରୁ ୯ଟି ଭାରତ ଜିତିଥିବାରୁ ୱେଲିଂଟନ୍‌ରେ ପଲା ଭାରି ରହିବାର ସମ୍ଭାବନା ରହିଛି।

ଭାରତ (ସମ୍ଭାବ୍ୟ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନ୍‌ (ୱିକେଟ୍‌ରକ୍ଷକ), ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ନମନ ଧୀର, ଭୁବନେଶ୍ବର କୁମାର, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ଏକାଦଶ): ଫିନ୍‌ ଆଲେନ, ଟିମ୍‌ ସେଫର୍ଟ (ୱିକେଟ୍‌କିପର), ବେଭନ ଜାକବ୍ସ/ଡେଭନ କନୱେ, ଗ୍ଲେନ୍‌ ଫିଲିପ୍ସ, ଡାରିଲ ମିଚେଲ, ମାଇକେଲ ବ୍ରେସ୍‌ୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ୍‌, କାଇଲ ଜାମିସନ, ଆଦମ ମିଲ୍‌ନେ, ଜାକବ ଡଫି।

ପ୍ରସାରଣ: ସୋନି ସ୍ପୋର୍ଟ୍ସ ସମୟ: ଅପରାହ୍‌ଣ ୧୨.୩୦

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।