Cricket: ‘ଏବେ କୋର୍ଟଙ୍କ ଫଇସଲା ଆସିଛି, ମୁଁ ଆଶ୍ବସ୍ତିଲାଭ କରୁଛି’

Aug 21, 2026 - 19:05
Cricket: ‘ଏବେ କୋର୍ଟଙ୍କ ଫଇସଲା ଆସିଛି, ମୁଁ ଆଶ୍ବସ୍ତିଲାଭ କରୁଛି’

"ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଖେଳାଳି ଜାକବ୍‌ ମାର୍ଟିନଙ୍କୁ ୨୨ ବର୍ଷ ପରେ ଆଶ୍ବସ୍ତି ମିଳିଛି।

ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ତାଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଛନ୍ତି।

୨୦୦୪ରେ ହୋଇଥିବା ମାମଲାରୁ ସେ ନିସ୍ତାର ପାଇଛନ୍ତି।

ତାଙ୍କରନାମରେ ମିଛ, ଠକେଇ ଏବଂ ଷଡ଼ଯନ୍ତ୍ର ସଂପର୍କିତ ଅଭିଯୋଗ ଆସିଥିଲା।

କୋର୍ଟ କହିଛନ୍ତି ଯେ, ଜା‌କବ ମାର୍ଟିନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ଆବଶ୍ୟକ ଏବଂ ବିଶ୍ବସନୀୟ ପ୍ରମାଣ ନାହିଁ।

Advertisment କୋର୍ଟଙ୍କ ନିଷ୍ପତ୍ତି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜାକବ କହିଛନ୍ତି, ଏହି ମାମଲା ୨୦୦୪ରେ ଇଂଲଣ୍ଡ ଗସ୍ତରେ ଥିବା ଜଣେ ଖେଳାଳିଙ୍କ ସହିତ ଜଡ଼ିତ ଥିଲା।

ସେହି ଟିମ୍‌ରେ ଥିବା ସମସ୍ତ ଖେଳାଳି ଫେରି ଆସିଥିଲେ।

ସବାୟ ନାମରେ ଜଣେ ଖେଳାଳି ଇଂଲଣ୍ଡରେ ଅଟକି ଯାଇଥିଲେ।

ତାଙ୍କର ଭିସା ୬ମାସ ପାଇଁ ବୈଧ ଥିଲା।

ଏଥି ପାଇଁ ସେ ସେଠାରେ ୬ମାସ ପର୍ଯ୍ୟନ୍ତ ରହିପାରିବାର ଥିଲା।

କିନ୍ତୁ ସେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସେଠାରେ ରହିଯାଇଥିଲା।

ସେ ଯେତେବେଳେ ଭାରତ ଫେରିଥିଲେ, ତାଙ୍କୁ ବ୍ରିଟେନ୍‌ରୁ ପ୍ରତ୍ୟାର୍ପଣ କରିଦିଆଯାଇଥିଲା।

ତାଙ୍କୁ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅକଟ ରଖି ପଚରାଉଚୁରା କରାଯାଇଥିଲା।

Cricket: ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ହୃଦୟ ଜିତିବ ଆଫଗାନିସ୍ତାନର ପ୍ରସ୍ତାବ!

ସେ ଦାବି କରିଛନ୍ତି ଯେ, ତାଙ୍କର ନାମରେ ଆରମ୍ଭରୁ ମାମଲା ରୁଜୁ ହୋଇ ନଥିଲା।

କିନ୍ତୁ ତଦନ୍ତ ସମୟରେ ତାଙ୍କୁ ସାମିଲ କରାଯାଇଥିଲା।

ମାର୍ଟିନଙ୍କ କହିବା ଅନୁସାରେ ଅନ୍ତର୍ଜାତୀୟ କ୍ରିକେଟ୍‌ର ହେବା ଏବଂ ପରିଚିତ ହେବା କାରଣରୁ ତାଙ୍କର ନାମ ଯୋଡ଼ି ଦିଆଯାଇଥିଲା।

ଏହି ୨୨ ବର୍ଷ ମଧ୍ୟରେ ମୋତେ ବିସିସିଆଇ ତରଫରୁ କୌଣସି ଉତ୍ତର ମିଳିପାରି ନାହିଁ। ‌ରେଳବାଇରୁ ମୋତେ ବାହାର କରିଦିଆଯାଇଛି।

ଏହି କାରଣରୁ ମୁଁ ବହୁତ ଚିନ୍ତାରେ ଥିଲି।

ଏବେ କୋର୍ଟଙ୍କ ଫଇସଲା ଆସିଛି।

ମୁଁ ଆଶ୍ବସ୍ତିଲାଭ କରୁଛି।

୨୨ ବର୍ଷ ପରେ ଆସିଥିବା ଫଇସଲା ମୋର ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି।

ସୂଚନାଯୋଗ୍ୟ, ୫୪ ବର୍ଷୀୟ ଜାକବ ମାର୍ଟିନ ୧୯୯୯ରୁ ୨୦୦୧ ମଧ୍ୟରେ ଭାରତ ପାଇଁ ୧୦ଟି ଦିନିକିଆ କ୍ରିକେଟ୍‌ ଖେଳିଛନ୍ତି।

୮ଟି ଇନିଂସରେ ସେ ୨୨.୫୭ ହାରରେ ୧୫୮ ରନ୍‌ ସଂଗ୍ରହ କରିଛନ୍ତି।

ସେ ବରୋଦା ପାଇଁ ଘରୋଇ କ୍ରିକେଟ୍‌ ଖେଳିଛନ୍ତି।

ଏହା ବ୍ୟତୀତ ରେଳବାଇ ଏବଂ ଆସାମ କ୍ରିକେଟ୍‌ ଟିମ୍‌ର ଅଂଶବିଶେଷ ହୋଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।