Cricket: କୋକେନ ଖାଇ ଖେଳରୁ ବାସନ୍ଦ ହୋଇଥିଲେ ଲିନ୍‌

Nov 06, 2026 - 12:34
Cricket: କୋକେନ ଖାଇ ଖେଳରୁ ବାସନ୍ଦ ହୋଇଥିଲେ ଲିନ୍‌

ସିଡ୍‌ନି: କୋକେନ୍ ସେବନ କରିବା ଅଭିଯୋଗରେ ଅଷ୍ଟ୍ରେଲିଆର ବିସ୍ଫୋରକ ଟ୍ବେଣ୍ଟି-୨୦ ବ୍ୟାଟର୍‌ କ୍ରିସ୍ ଲିନ୍ ଗୋଟିଏ ମାସ ବାସନ୍ଦ ହୋଇଥିଲେ।

ବର୍ତ୍ତମାନ ଏହି ବାସନ୍ଦର ଅବଧି ଶେଷ ହୋଇଛି ବୋଲି ଇଂଲଣ୍ଡ କ୍ରିକେଟ୍ ନିୟାମକ ସଂସ୍ଥା ଶୁକ୍ରବାର ସୂଚନା ଦେଇଛି।

ଇଂଲଣ୍ଡ ଆୟୋଜିତ 'ଟ୍ବେଣ୍ଟି-୨୦ ବ୍ଲାଷ୍ଟ' ଫାଇନାଲ୍‌ ମ୍ୟାଚ୍‌ ଦିନ (ଜୁଲାଇ ୧୮) ନର୍ଥହାମ୍ପଟନ୍‌ରୁ ଖେଳୁଥିବା ୩୬ ବର୍ଷୀୟ ଲିନ୍‌ଙ୍କ ନମୁନା ପରୀକ୍ଷା କରାଯାଇଥିଲା।

ଏଥିରୁ କୋକେନ୍‌ ଉପାଦାନ ମିଳିଥିଲା।

Advertisment ତିନି ମାସ ବାସନ୍ଦ କରାଯାଇଥିଲା ସେ ମଧ୍ୟ ‌ଏହାକୁ ସ୍ବୀକାର କରିଥିଲେ।

ପ୍ରଥମେ ତାଙ୍କୁ ତିନି ମାସ ବାସନ୍ଦ କରାଯାଇଥିଲା।

ହେଲେ ନିଶାମୁକ୍ତି ପୁନର୍ବାସ କାର୍ଯ୍ୟକ୍ରମ ପୂରଣ କରିବାରୁ ଏହାକୁ ଗୋଟିଏ ମାସକୁ ହ୍ରାସ କରାଯାଇଥିଲା।

ଯାହା ଏବେ ଶେଷ ହୋଇଛି।

ଖେଳ ବାହାରେ କୋକେନ ସେବନ କରିଥିବାରୁ କ୍ରୀଡ଼ା ପ୍ରଦର୍ଶନ ସହ କିଛି ସମ୍ପର୍କ ନଥିବା ମଧ୍ୟ ଏହି ସଂସ୍ଥା କହିଛି।

ବାସନ୍ଦ ଅବଧି ଶେଷ ହୋଇଥିବାରୁ ଆଗାମୀ ମାସରେ ଆରମ୍ଭ ହେଉଥିବା ବିଗ୍ ବାସ୍ ଲିଗ୍‌ରେ ସେ ମେଲ୍‌ବର୍ଣ୍ଣ ରେନିଗେଡ୍‌ସରୁ ଖେଳିବା ସମ୍ଭାବନା ରହିଛି।

ଏହି ଲିଗ୍‌ରେ ଲିନ୍‌ ସର୍ବାଧିକ ରନ୍‌ ହାସଲକାରୀ ବ୍ୟାଟର୍‌।

ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୮ ଟ୍ବେଣ୍ଟି-୨୦ ଓ ୪ ଦିନିକିଆ ଖେଳିଛନ୍ତି।

Silver Medal: ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌: ତନ୍ବୀଙ୍କୁ ଐତିହାସିକ ରୌପ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।