Cricket: ଗୋଟିଏ ବଲ୍ ପକାଇବାକୁ ୧୦୦ କିମି ଦୌଡ଼ିଲେ ସାମ୍ ବୋଡୋଆନୋ
"ଲଣ୍ଡନ: କ୍ରିକେଟ୍ ରେକର୍ଡର ଖେଳ ଭାବେ ପରିଚିତ।
କିନ୍ତୁ ବେଳେ ବେଳେ ଏପରି ରେକର୍ଡ ହୋଇଥାଏ ତାହା କ୍ରିକେଟ ବହିରୁ ବାହାରି ଗିନିସ୍ ବିଶ୍ବ ରେକର୍ଡ଼ ପର୍ଯ୍ୟନ୍ତ ଯାଇଥାଏ।
ଏପରି ଏକ ରେକର୍ଡ କରିଛନ୍ତି ଇଂଲଣ୍ଡର କ୍ଲବ କ୍ରିକେଟର ସାମ୍ ବୋଡୋଆନୋ।
ଗୋଟିଏ ବଲ୍ ପକାଇବାକୁ ସେ ନିକଟରେ ୬୨ ମାଇଲ ବା ୧୦୦ କିଲୋମିଟର ଦୌଡ଼ିଥିଲେ।Advertisment ଏହି ରନ୍-ଅପ ପାଇଁ ସେ ଗତ ଶନିବାରରୁ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରୁ ନିଜର ଦୌଡ଼ ଆରମ୍ଭ କରି ରବିବାର ସରେ ସ୍ଥିତ ଭ୍ୟାଲି କ୍ରିକେଟ୍ କ୍ଲବରେ ପହଞ୍ଚିଥିଲେ।
ଏଥିପାଇଁ ତାଙ୍କୁ ମୋଟ ୧୪ ଘଣ୍ଟା ସମୟ ଲାଗିଥିଲା।
ଏହି ସମୟରେ ସେ ଧଳା କ୍ରିକେଟ୍ ୟୁନିଫର୍ମ ପିନ୍ଧିବା ସହ ଏକ କ୍ରିକେଟ୍ ବଲ୍ ଧରିଥିଲେ।
ସରେଠାରେ ପହଞ୍ଚିବା ପରେ ସେ ଗୋଟିଏ ମ୍ୟାଚର ପ୍ରଥମ ବଲ୍ ପକାଇଥିଲେ।
ତେବେ ତାଙ୍କର ଏହି କୀର୍ତ୍ତିମାନକୁ ସାମିଲ କରିବାକୁ ଗିନିସ୍ ଓ୍ବାର୍ଲ୍ଡ ରେକର୍ଡ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।
Asian Games Cricket: ଏସୀୟ କ୍ରୀଡ଼ା କ୍ରିକେଟ୍: "ବି" ଦଳ ପଠାଇପାରେ ଭାରତ ବର୍ତ୍ତମାନ ଏହି ରେକର୍ଡ ଇଂଲଣ୍ଡର କ୍ଲବ କ୍ରିକେଟର ଟମ୍ ଡନଙ୍କ ନାମରେ ରହିଛି।
୨୦୨୪ ଅଗଷ୍ଟରେ ସେ ଗୋଟିଏ ବଲ୍ ପକାଇବାକୁ ପୂର୍ବ ଲଣ୍ଡନର ବେଥନାଲ ଇଷ୍ଟରୁ ଦୌଡ଼ିବା ଆରମ୍ଭ କରି ୨୪ କିଲୋମିଟର ଦୂର ଓ୍ବାଣ୍ଡସଓ୍ବର୍ଥ କମନରେ ପହଞ୍ଚି ବଲ୍ ପକାଇଥିଲେ।
ଯାଞ୍ଚ ପରେ ବୋଡୋଆନୋଙ୍କ ନାମରେ ଏହି ରେକର୍ଡ ସାମିଲ ହେବାର ସମ୍ଭାବନା ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।