Cricket: ତିନି ଥର ବିଶ୍ବ ବିଜେତା ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ପାଣି ପିଆଇ ଦେଇଛି ଜାପାନ
"ସାନୋ (ଜାପାନ): ତିନି ଥର ବିଶ୍ବ ବିଜେତା ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ପାଣି ପିଆଇ ଦେଇଛି ଜାପାନ।
ଏସୀୟ କ୍ରୀଡ଼ାରେ ଅଭିଯାନ ଆରମ୍ଭ ପୂର୍ବରୁ ଆୟୋଜକ ଜାପାନ ସହ ଖେଳିଥିବା ଏକମାତ୍ର ମ୍ୟାଚ୍କୁ ମାତ୍ର ୨ ରନ୍ରେ ଜିତିଛି ଶ୍ରେୟସ ଆୟରଙ୍କ ଦଳ।
ସୁଜୁକି କପ୍ ନାମରେ ଆୟୋଜିତ ଏହି ମୁକାବିଲା ବର୍ଷା ଓ ଓଦା ପଡ଼ିଆ କାରଣରୁ ୫ ଓଭର ବିଶିଷ୍ଟ ଖେଳାଯାଇଥିଲା।
କିନ୍ତୁ ଜାପାନ ଖେଳାଳି ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେବା ସେମାନଙ୍କ ପାଇଁ ବଡ଼ ଉପଲ୍ବଧି ହୋଇଛି।
ଭାରତ ୫ ଓଭରରେ ୩୨/୪ରେ ଅଟକିଯାଇଥିଲା।
Advertisment ମାତ୍ର ୨ ରନ୍ରେ ଜିତିଲେ ଆୟରଙ୍କ ଦଳ ଅଭିଷେକ ଶର୍ମା ଖାତା ଖୋଲିବାରେ ବିଫଳ ହୋଇଥିବାବେଳେ ଆୟର ସର୍ବାଧିକ ୧୬ ରନ୍ କରିଥିଲେ।
ସଂଜୁ ସାମସନ୍ (୯), ଈଶାନ କିଶନ (୩) ବିଫଳ ହୋଇଥିଲେ।
ଭାରତ ପାଳିରେ ଗୋଟିଏ ବି ଛକା ସାମିଲ ନଥିବାବେଳେ ୨ଟି ମାତ୍ର ଚୌକା ଦେଖିବାକୁ ମିଳିଥିଲା।
ଜାପାନ ପକ୍ଷରୁ ଚାର୍ଲି ହାରା ହିଞ୍ଜ୍ ୨ ୱିକେଟ୍ ଏବଂ ଇବ୍ରାହିମ ତାକାହାସି, ବେଞ୍ଜାମିନ୍ ଇତୋ ଦାଭିସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଜବାବରେ ଜାପାନ ୩୦/୩ରେ ସୀମିତ ରହିଥିଲା।
ୱାସିଂଟନ୍ ସୁନ୍ଦର (୨-୦-୧୩-୨), ଅକ୍ଷର ପଟେଲ୍ (୨-୦-୭-୦), ରବି ବିଷ୍ଣୋଇ (୧-୦-୧୦-୦)ଙ୍କ ବୋଲିଂ ଭାରତକୁ କଷ୍ଟେ ମଷ୍ଟେ ବିଜୟ ଦେଇଥିଲା।
ଏଥି ସହିତ ଭାରତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ନିଜର ୨୦୦ତମ ବିଜୟ ପାଇଛି।
୨୦୦୬ରେ ପ୍ରଥମ ବିଜୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅର୍ଜନ କରିଥିଲା।
Cricket: ମଲା ପରେ ବି ମନେ ପଡ଼ିବି: ମନିନ୍ଦର ସିଂହ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।