Cricket: ମୋର ବିଦାୟ ଖୁବ୍‌ ‘ନିନ୍ଦନୀୟ’ ଥିଲା: ୱକ୍ସ

Oct 18, 2026 - 14:09
Cricket: ମୋର ବିଦାୟ ଖୁବ୍‌ ‘ନିନ୍ଦନୀୟ’ ଥିଲା: ୱକ୍ସ

"ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର କ୍ରିସ୍‌ ୱକ୍ସ ନିଜ ଆନ୍ତର୍ଜାତୀୟ କ୍ରିକେଟ୍ ଜୀବନର ଅନ୍ତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ନିକଟରେ ପ୍ରକାଶ ପାଇଥିବା ନିଜ ଆତ୍ମଜୀବନୀ "ଦି ୱିଜାର୍ଡ"ରେ ୱକ୍ସ ଏହି ବିଷୟରେ ଲେଖିଛନ୍ତି।

ଏଥିପାଇଁ ସେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଓ ପରିଚାଳନା ନିର୍ଦେଶକ ରବ୍ କି"ଙ୍କୁ ଦାୟୀ କରିଛନ୍ତି।

ରବ୍‌ ତାଙ୍କୁ ଯେଉଁଭଳି ଭାବେ ଦଳର ଯୋଜନାରୁ ବାହାର କରିଥିଲେ, ତାହା ଅତ୍ୟନ୍ତ ନିନ୍ଦନୀୟ ଥିଲା।

ଏହି ବିଷୟରେ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ବ୍ୟକ୍ତିଗତ ଭାବେ ତାଙ୍କ ସହ ରବ୍‌ କଥା ହୋଇପାରିଥାନ୍ତେ ବୋଲି ସେ କହିଛନ୍ତି ।

Advertisment ଦଳରେ ମିଳି ନଥିଲା ସ୍ଥାନ "ଦ ୱିଜାର୍ଡ"ରେ ୱକ୍ସ ଲେଖିଛନ୍ତି ଯେ "ଗତବର୍ଷ ଆସେସ୍‌ ଶୃଙ୍ଖଳା ଯୋଜନା ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ରବ୍ କି କହିଥିଲେ, "କ୍ରିସ୍ ୱକ୍ସ ଆମ ଯୋଜନାରେ ନାହାନ୍ତି...

ଆଦୌ ନାହାନ୍ତି।" ଏହି ଶେଷ ଧାଡ଼ିଟି ତାଙ୍କୁ ଖୁବ୍ ବାଧିଥିଲା।" ତେବେ ଏହି ଘଟଣାଠୁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହିଁ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଭାରତ ବିପକ୍ଷ ଓଭାଲ ଟେଷ୍ଟ୍‌ରେ ୱକ୍ସ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ଏହି ମ୍ୟାଚ୍‌ରେ କାନ୍ଧରେ ଯନ୍ତ୍ରଣା ହେଉଥିବା ସତ୍ତ୍ୱେ ସେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।

ଏହା ପରେ ବି ତାଙ୍କୁ ଆସେସ୍‌ ଦଳରେ ସ୍ଥାନ ମିଳି ନଥିଲା।

ଫଳରେ ସେ ଅବସର ନେଇ ଯାଇଥିଲେ।

୧୪ ବର୍ଷର ଅନ୍ତର୍ଜାତୀୟ ଜୀବନରେ ୱକ୍ସ ୬୨ଟି ଟେଷ୍ଟ୍‌, ୧୨୨ ଦିନିକିଆ ଓ ୩୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଆହ୍ବାନପୂର୍ଣ୍ଣ ହେବ: ଶ୍ରେୟସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।