Cricket: ରେଷ୍ଟ ଅଫ୍ ଇଣ୍ଡିଆକୁ ଈରାନୀ ଟ୍ରଫି
"ଶ୍ରୀନଗର: ଏଠାରେ ଆୟୋଜିତ ଈରାନୀ ଟ୍ରଫିରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ରେଷ୍ଟ ଅଫ୍ ଇଣ୍ଡିଆ ବିଜେତା ହୋଇଛି।
ଏହି ଦଳ ରଣଜୀ ବିଜେତା ଜମ୍ମୁ କାଶ୍ମୀରକୁ ୧୬୭ ରନ୍ରେ ହରାଇଛି।
୪ ଦିନିଆ ଏହି ମ୍ୟାଚ୍ର ରବିବାର ଶେଷ ଦିନରେ ଜମ୍ମୁ କାଶ୍ମୀର ସମ୍ମୁଖରେ ୨୭୯ ରନ୍ର ବିଜୟ ଲକ୍ଷ୍ୟ ଥିଲା।
ହେଲେ ମୁକେଶ କୁମାରଙ୍କ ଘାତକ ବୋଲିଂ ଯୋଗୁଁ ଏହି ଦଳ ୧୧୧ ରନ୍ରେ ଅଲ୍ଆଉଟ୍ ହୋଇ ପରାଜୟ ବରଣ କରିଥିଲା।
Advertisment ଦ୍ବିତୀୟ ପାଳିରେ ଜମ୍ମୁ କାଶ୍ମୀରର କେବଳ ୩ ଜଣ ବ୍ୟାଟର୍ ଶୁଭମ ଖଜୁରିଆ (୩୬), କମରନ ଇକ୍ବାଲ (୩୨) ଓ ଅବଦୁଲ ସାମଦ (୨୦) ଦୁଇଅଙ୍କ ଛୁଇଁଥିଲେ।
ଶୁଭମ ଓ କମରନ୍ ଭଲ ଆରମ୍ଭ ଦେବାରୁ ମଧ୍ୟାହ୍ନ ବିରତି ବେଳକୁ ଜମ୍ମୁ କାଶ୍ମୀର ୧୯ ଓଭରରେ ୮୯/୩ କରିଥିଲା।
ହେଲେ ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପରବର୍ତ୍ତୀ ୭ ୱିକେଟ୍ ୧୦ ଓଭର ଭିତରେ ମାତ୍ର ୨୨ ରନ୍ରେ ହରାଇଥିଲା।
ସ୍ମରଣଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ରେଷ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ମୁକେଶ କୁମାର ୬, ଆକାଶ ଦୀପ ୩ ୱିକେଟ୍ ନେଇଥିଲେ।
ପୂର୍ବରୁ ରେଷ୍ଟ ଅଫ୍ ଇଣ୍ଡିଆ ପ୍ରଥମ ପାଳିରେ ୨୩୭ ରନ୍ କରିଥିଲା ବେଳେ ଜମ୍ମୁ କଶ୍ମୀର ୨୭୮ ରନ୍ କରି ୪୧ ରନ୍ର ଅଗ୍ରଣୀ ନେଇଥିଲା।
ଦ୍ବିତୀୟ ପାଳିରେ ରବିଚନ୍ଦ୍ରନ ସ୍ମରଣଙ୍କ ଶତକ ବଳରେ ୩୧୯ ରନ୍ କରିଥିଲା।
ସ୍ମରଣ (୬୮, ୧୩୫)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
U-17 Football Selection Row: ଅଣ୍ଡର-୧୭ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ଜିଲ୍ଲାସ୍ତରୀୟ ଖେଳାଳୀ ଚୟନରେ ପାତରଅନ୍ତର ଅଭିଯୋଗ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।