Cricket: ସ୍ମୃତି ମନ୍ଧାନାଙ୍କୁ ପଛରେ ପକାଇ ୧ ନମ୍ବର ହେଲେ ଭାରତର ଏହି ଝିଅ

Oct 19, 2026 - 09:37
Cricket: ସ୍ମୃତି ମନ୍ଧାନାଙ୍କୁ ପଛରେ ପକାଇ ୧ ନମ୍ବର ହେଲେ ଭାରତର ଏହି ଝିଅ

"ରାୟପୁର: ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ରବିବାର ଜିମ୍ବାୱେକୁ ୯ ୱିକେଟ୍‌ରେ ପରାସ୍ତ କରିଛି।

ରାୟପୁରରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶେଫାଳି ବର୍ମା ଏକ ଐତିହାସିକ ସଫଳତା ହାସଲ କରିଛନ୍ତି।

ସେ ଟି-୨୦ କ୍ରିକେଟ୍‌ରେ ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୫୦+ ସ୍କୋର କରିଥିବା ମହିଳା ଖେଳାଳି ହୋଇ ପାରିଛନ୍ତି।

ଜିମ୍ବାୱେ ବିପକ୍ଷରେ ତାଙ୍କର ୫୫ ରନ୍‌ ଇନିଂସ୍‌ରେ ସେ ଏହି ବିଶ୍ୱ ରେକର୍ଡ ହାସଲ କରିଛନ୍ତି।Advertisment ଶେଫାଳି ବର୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ମହିଳା କ୍ରିକେଟ୍‌ର ଟି-୨୦ କ୍ରିକେଟ୍‌ରେ ଗୋଟିଏ ବର୍ଷରେ ୯ଥର ୫୦+ ସ୍କୋର କରିନାହାଁନ୍ତି।

ଭାରତୀୟ ଅଧିନାୟକ ସ୍ମୃତି ମନ୍ଧାନା ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ସେ ୨୦୨୪ରେ ଆଠଟି ୫୦+ ସ୍କୋର କରିଛନ୍ତି।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ ମଧ୍ୟ ଏହି ଫର୍ମାଟ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୫୦+ ଶେଫାଳି ବର୍ମା (ଭାରତ): ୯ ଥର ସ୍ମୃତି ମନ୍ଧାନା (ଭାରତ): ୮ ଥର ମିତାଲି ରାଜ (ଭାରତ): ୭ ଥର ନତାଶା ମାଇଲ୍ସ (ହଂକଂ): ୭ ଥର ଶେଫାଳି-ସ୍ମୃତିଙ୍କ ବିପର୍ଯ୍ୟୟ ମ୍ୟାଚ୍ ବିଷୟରେ କହିବାକୁ ଗଲେ ପ୍ରଥମେ ବ୍ୟାଟିଂ କରୁଥିବା ଜିମ୍ବାୱେ କେବଳ ୧୦୨ ରନ୍‌ କରିପାରିଥିଲା।

ଭାରତ ବହୁତ କଡ଼ା ବୋଲିଂ କରିଥିଲା।

ଜବାବରେ ଭାରତୀୟ ଦଳ ମାତ୍ର ୮.୫ ଓଭରରେ ୧୦୩ ରନର ଲକ୍ଷ୍ୟ ହାସଲ କରିଥିଲା।

ଶେଫାଳି ବର୍ମା ୨୪ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ମହିଳା ଟି-୨୦ରେ ଭାରତ ପାଇଁ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ ମଧ୍ୟ।

ସେ ୨୫ ବଲ୍‌ରେ ୫୫ ରନ କରିଥିଲେ।

ଅନ୍ୟପକ୍ଷରେ ଅଧିନାୟିକା ସ୍ମୁତି ମନ୍ଧାନା ୨୫ ବଲ୍‌ରେ ୪୭ ରନ୍‌ କରିବା ପରେ ଅପରାଜିତ ରହିଥିଲେ।

Smriti Mandhana: ବିବାହ ଭାଙ୍ଗିଯିବା ପରେ ମନ୍ଦିରରେ ନଜର ଆସିଲେ ସ୍ମୃତି ମନ୍ଧାନା, ବିଶାଖାପାଟଣାରେ ପୂଜା କଲେ ଟିମ୍ ଇଣ୍ଡିଆ ସଦସ୍ୟ… ପ୍ରଥମ ସିରିଜ ଜିତିଥିଲେ ମନ୍ଧାନାକିଛି ଦିନ ପୂର୍ବେ ହରମନପ୍ରୀତ କୌର ଟିମ୍ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ।

ସ୍ମୃତି ମନ୍ଧାନାଙ୍କୁ ସେତେବେଳେ ତିନୋଟି ଫର୍ମାଟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା।

ରବିବାର ସ୍ମୃତି ଅଧିନାୟକ ଭାବରେ ତାଙ୍କର ପ୍ରଥମ ସିରିଜ ବିଜୟ ସୁନିଶ୍ଚିତ କରିଛନ୍ତି।

ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ଚାରି ୱିକେଟରେ ପରାସ୍ତ କରିଥିଲା ​​ଏବଂ ଏବେ ଦ୍ୱିତୀୟ ଟି-୨୦କୁ ନଅ ୱିକେଟରେ ଜିତିଛି।

ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ହାସଲ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।