Cricket: ୧୪୦ ବର୍ଷ ପୁରୁଣା କୀର୍ତ୍ତିମାନ ଭାଙ୍ଗିଲେ ଶରିଫୁଲ୍‌ ଇସଲାମ

Aug 24, 2026 - 12:13
Cricket: ୧୪୦ ବର୍ଷ ପୁରୁଣା କୀର୍ତ୍ତିମାନ ଭାଙ୍ଗିଲେ ଶରିଫୁଲ୍‌ ଇସଲାମ

"ମାକେ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶୋଚନୀୟ ପରାଜୟ ସତ୍ତ୍ୱେ ବାଂଲାଦେଶର ଦ୍ରୁତ ବୋଲର ଶରିଫୁଲ୍‌ ଇସଲାମ ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।

ରବିବାର ମାକେରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ମାତ୍ର ୧୫ ଓଭରରେ ୪୮ ରନ୍ ଦେଇ ୭ଟି ୱିକେଟ୍ ହାସଲ କରିଥିଲେ।

ଏହି ଚମତ୍କାର ବୋଲିଂ ପ୍ରଦର୍ଶନ ସହ ଶରିଫୁଲ୍‌ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଇନିଂସରେ ୭ ୱିକେଟ୍ ନେବାରେ ୧୪୦ ବର୍ଷ ପରେ ପ୍ରଥମ ବାମହାତୀ ଦ୍ରୁତ ବୋଲର ହୋଇଛନ୍ତି।Advertisment ୧୪୦ ବର୍ଷ ପରେ ପ୍ରଥମ ବାମହାତୀ ଦ୍ରୁତ ବୋଲର ଏହା ପୂର୍ବରୁ ୧୮୮୬ ମସିହାରେ ଇଂଲଣ୍ଡର ଡିକ୍ ବାର୍ଲୋ ଅଷ୍ଟ୍ରେଲିଆ ବିପକ୍ଷରେ ଏଭଳି ସଫଳତା ପାଇଥିଲେ।

ମାଞ୍ଚେଷ୍ଟରରେ ଖେଳାଯାଇଥିବା ଟେଷ୍ଟରେ ବାର୍ଲୋ ୪୪ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ।

ତେବେ ଟେଷ୍ଟ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବଶ୍ରେଷ୍ଠ ବୋଲିଂ ରେକର୍ଡ ଇଂଲଣ୍ଡର ଜିମ୍ ଲେକରଙ୍କ ନାମରେ ରହିଛି।

୧୯୫୬ ମସିହା ଜୁଲାଇରେ ମାଞ୍ଚେଷ୍ଟର ଟେଷ୍ଟର ଦ୍ୱିତୀୟ ଇନିଂସରେ ଲେକର ମାତ୍ର ୫୩ ରନ୍ ଦେଇ ଅଷ୍ଟ୍ରେଲିଆର ସମସ୍ତ ୧୦ ଜଣ ବ୍ୟାଟରଙ୍କୁ ଆଉଟ୍ କରିଥିଲେ।

England: ପୁଣି ନାଇଟ୍‌କ୍ଲବ ବିବାଦରେ ଇଂଲଣ୍ଡ କ୍ରିକେଟର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।