Cricket:ଶ୍ରୀଶାନ୍ତଙ୍କ ଉପରୁ ବାସନ୍ଦାଦେଶ ଉଠାଇଲା କେସିଏ

Jul 01, 2026 - 22:11
Cricket:ଶ୍ରୀଶାନ୍ତଙ୍କ ଉପରୁ ବାସନ୍ଦାଦେଶ ଉଠାଇଲା କେସିଏ

"କୋଚି: ପୂର୍ବତନ ଭାରତୀୟ ଦ୍ରୁତ ବୋଲରଏସ୍.

ଶ୍ରୀଶାନ୍ତଙ୍କ ଉପରେ ଲାଗିଥିବା ୩ ବର୍ଷର ବାସନ୍ଦାଦେଶକୁ ତାଙ୍କ ରାଜ୍ୟ କ୍ରିକେଟ୍‌ ସଂଘ କେସିଏ ( କେରଳ କ୍ରିକେଟ୍ ସଂଘ) ବୁଧବାର ଉଠାଇ ଦେଇଛି।

ସଂଘ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଶ୍ରୀଶାନ୍ତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ କେସିଏ ଏଭଳି ନିଷ୍ପତ୍ତି ନେଇଛି।

ବୁଧବାର ସଂଘର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।

Advertisment ଆହୁରି ପଢନ୍ତୁ :Tamil Nadu:୩୫ କୋଟି ଟଙ୍କାର ପ୍ରଲୋଭନ ଦେଇ ବିଜୟ ସରକାରକୁ ଭାଙ୍ଗିବାକୁ ଷଡ଼୍‌ଯନ୍ତ୍ର ଅଭିଯୋଗ, ୩ ଗିରଫ ସଂଘ ପକ୍ଷରୁ ପ୍ରକାଶିତ ବିବୃତ୍ତିରେ କୁହାଯାଇଛି ଯେ, ଶ୍ରୀଶାନ୍ତ ତାଙ୍କ ପୂର୍ବ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ।

ଏହାକୁ ବିଚାରକୁ ନେଇ ତାଙ୍କ ଉପରୁ ବାସନ୍ଦାଦେଶହଟାଇବାକୁ ସଂଘ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ଯେ ଗତବର୍ଷ କେରଳ କ୍ରିକେଟ୍ ଲିଗ୍ (କେସିଏଲ୍) ମ୍ୟାଚ୍ ପୂର୍ବରୁ ଶ୍ରୀଶାନ୍ତ କେରଳ କ୍ରିକେଟ୍ ସଂଘ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।