Crime: ପିଏମ୍ଶ୍ରୀ ସ୍କୁଲରେ ହଷ୍ଟେଲ ଓ ଅଣ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଭୟଙ୍କର ମାଡ଼ପିଟ, ଜଣେ ଗୁରୁତର
"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ପିଏମ୍ଶ୍ରୀ ସ୍କୁଲରେ ହଷ୍ଟେଲ ଏବଂ ଅଣ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଭୟଙ୍କର ମାଡ଼ପିଟ୍ ହୋଇଛି।
ଏହି ଆକ୍ରମଣରେ ଜଣେ ଛାତ୍ର ଗୁରୁତର ହୋଇଛି।
ସୂଚନା ଅନୁସାରେ ଦୀର୍ଘ ଦିନ ଧରି ସୁନ୍ଦରଗଡ଼ ପିଏମ୍ ଶ୍ରୀ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲ ଛାତ୍ର ଓ ଡେସକୁଲାର ଛାତ୍ରମାନଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଲୁଥିଲା।
ହେଲେ ଗତକାଲି ସ୍କୁଲରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଝଗଡା ଚରମ ସୀମାରେ ପହଞ୍ଚି ଯାଇଥିଲା।
ଏହି ମାଡ଼ପିଟରେ ଜଣେ ଛାତ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲରେ ଚିକତ୍ସା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Advertisment ଆନ୍ଧ୍ରପ୍ରଦେଶ ଭୋଟିଂ ବୁଥ୍ରେ ବିଧାୟକ-ଭୋଟର ମାଡ଼ପିଟ୍ ଏହା ସହ ପିଲାଙ୍କ ବ୍ୟାଗରୁ ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ସ୍କୁଲ କର୍ତ୍ତୃପକ୍ଷ ଜବତ କରିଛନ୍ତି।ଅନ୍ୟ ପଟେ ଆଜି ସ୍କୁଲ କର୍ତ୍ତୃପକ୍ଷ ଆଜି ଏନେଇ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।