18 SEPTEMBER 2026

Welcome!

Unlock your personalized experience.
Sign Up

Crime: ପ୍ରେମିକାକୁ ନେଇ ବଚସା: ସାଙ୍ଗକୁ ପାଣିଟାଙ୍କି ଉପରୁ ଠେଲି ହତ୍ୟା

Sep 18, 2026 - 07:07
Crime: ପ୍ରେମିକାକୁ ନେଇ ବଚସା: ସାଙ୍ଗକୁ ପାଣିଟାଙ୍କି ଉପରୁ ଠେଲି ହତ୍ୟା

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି। ନିଜ ସାଙ୍ଗକୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗତକାଲି ସକାଳେ ପୁଲିସ ଅଭିଷେକ ମାହାଲି ନାମକ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ତଦନ୍ତ ପରେ ତ୍ରିନାଥ କଲୋନିରେ ରହୁଥିବା କୁନାଲ ଦାଶ (୨୭)କୁ ଗିରଫ କରାଯାଇଛି। ମୃତ ଅଭିଷେକ ଓ ଅଭିଯୁକ୍ତ କୁନାଲ ଦୁହେଁ ଘନିଷ୍ଠ ସାଙ୍ଗ ଥିଲେ।

AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌

ପୁଲିସ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖ ସନ୍ଧ୍ୟାରେ ଅଭିଷେକ, କୁନାଲ ଓ ଅନ୍ୟ କିଛି ସାଙ୍ଗ ମିଶି ନିକଟସ୍ଥ ବିଦେଶୀ ମଦ ଦୋକାନରୁ ମଦ ଓ ଖାଇବା ସାମଗ୍ରୀ କିଣି ତ୍ରିନାଥ କଲୋନିର ନିର୍ମାଣାଧୀନ ପାଣିଟାଙ୍କି ପାଖକୁ ଯାଇଥିଲେ। ମଦ ପିଇ ସାରିବା ପରେ ଅନ୍ୟମାନେ ପଳାଇଥିଲେ, କିନ୍ତୁ ଅଭିଷେକ ଓ କୁନାଲ ସେଠାରେ ରହି ଟାଙ୍କିର ତୃତୀୟ ମହଲାକୁ ଯାଇଥିଲେ। ସେଠାରେ କୁନାଲ ସନ୍ଦେହ ପ୍ରକାଶ କରି ଅଭିଷେକକୁ କହିଥିଲା, ‘ତୁ ମୋ ପ୍ରେମିକା ସହ କାହିଁକି କଥା ହେଉଛୁ? ସେ ମୋ ସହ କଥା ହେଉନି।’ ଅଭିଷେକ ମନା କରିବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ କୁନାଲ ଅଭିଷେକକୁ ଟାଙ୍କି ଉପରୁ ଠେଲି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ କୁନାଲ ସେଠାରୁ ଫେରାର ହୋଇଯାଇଥିଲା। ଲାଠିକଟା ପୁଲିସ ମାମଲା ରୁଜୁ କରି ତନାଘନା କରିବା ସହ ୨୪ ଘଣ୍ଟା ଭିତରେ ଅଭିଯୁକ୍ତ କୁନାଲକୁ ଗିରଫ କରିଛି।

WSC: ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।