Cristiano Ronaldo: ଅଲ୍‌ ନାସରକୁ ଜିତାଇଲେ ରୋନାଲ୍‌ଡୋ

Oct 13, 2026 - 13:02
Cristiano Ronaldo: ଅଲ୍‌ ନାସରକୁ ଜିତାଇଲେ ରୋନାଲ୍‌ଡୋ

"ରିୟାଦ (ସାଉଦ ଆରବ): ଅଲ୍‌ ନାସର କ୍ଲବ୍‌ ପାଇଁ ଖେଳୁଥିବା ଖ୍ୟାତନାମା ପର୍ତ୍ତୁଗିଜ୍‌ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍‌ଡୋ ପୁଣି ଦଳରେ ବିଜୟରେ ଗୋଲ୍‌ ଅବଦାନ ରଖିଛନ୍ତି।

ସୁରକ୍ଷା କାରଣରୁ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଅଲ୍‌ ନାସର ୩-୧ ଗୋଲ୍‌ରେ ନେଫଚି ଫରଜାନାକୁ ପରାସ୍ତ କରିଛି।

ଅଲ୍‌ ନାସରର ଦ୍ବିତୀୟ ଗୋଲଟି ଦେଇଥିଲେ ରୋନାଲ୍‌ଡୋ।Advertisment ଏଏଫସି ଚାମ୍ପିଅନ୍ସ ଲିଗ୍‌ ଏଲିଟ୍‌ ପ୍ରତିଯୋଗିତାର ଅନ୍ୟ ଏକ ମ୍ୟାଚ୍‌ରେ ଅଲ୍‌ ଆହଲି ମଧ୍ୟ ସମାନ ୩-୧ ଗୋଲ୍‌ ବ୍ୟବଧାନରେ ଅଲ୍‌ ୱାସଲକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି।

ସେହିଭଳି ଅଲ୍‌ ଆଇନ୍‌ ୪-୧ ଗୋଲ୍‌ରେ ଏୟାର ଫୋର୍ସ କ୍ଲବ୍‌କୁ, ଇଷ୍ଟେଗଲାଲ୍‌ ୨-୧ ଗୋଲ୍‌ରେ ଅଲ୍‌ ଘରାଫାକୁ ପରାସ୍ତ କରିଥିବାବେଳେ ପଖତାକୋର ବନାମ ଅଲ୍‌ କାଦସିଆ ମୁକାବିଲା ୧-୧ ଗୋଲ୍‌ରେ ଡ୍ର" ରହିଛି।

ନେଫଚି ଫରଜାନା ପରାସ୍ତ ଅଲ୍‌ ନାସର ପାଇଁ ସୋମବାର ରାତିରେ ଆଞ୍ଜେଲୋ ୩୩ତମ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିଲେ।

ଏହାର ୯ ମିନିଟ୍‌ ପରେ ଅର୍ଥାତ ୪୨ତମ ମିନିଟ୍‌ରେ ୪୧ ବର୍ଷୀୟ ରୋନାଲ୍‌ଡୋ ଦଳକୁ ୨-୦ରେ ଆଗୁଆ କରି ଦେଇଥିଲେ।

ସାଦିଓ ମାନେଙ୍କ କ୍ରସ୍‌ରୁ ଏୖମାନ ୟାହା ପଠାଇଥିବା ବଲ୍‌କୁ ରୋନାଲ୍‌ଡୋ ଗୋଲ୍‌ ଦେବାରେ କୌଣସି ତ୍ରୁଟି କରିନଥିଲେ।

ଦ୍ବିତୀୟାର୍ଦ୍ଧର ଷଷ୍ଠ ମିନିଟ୍‌ରେ ଆଲିସର ଓଦିଲଭ ଗୋଟିଏ ଗୋଲ୍‌ ଦେଇ ନେଫଚି ଫରଜାନାକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ।

କିନ୍ତୁ ଆଲିବାଏଭଙ୍କୁ ଲାଲ୍‌ କାର୍ଡ ମିଳିବା ପରେ ଆନଭାର୍ଜନ ଗୋଫୁରୋଭଙ୍କ ନିଜସ୍ବ ଗୋଲ୍‌ କାରଣରୁ ଅଲ୍‌ ନାସର୍‌ ୩-୧ରେ ବିଜୟୀ ହୋଇଥିଲା।

ସଫଳ କ୍ରିକେଟରଙ୍କ ଅସଫଳ କ୍ୟାରିୟର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।