Crocodile Attack: ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

Oct 17, 2026 - 12:42
Crocodile Attack: ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେବା ଘଟଣା। ୨୪ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବରେଇ ଗାଁ ନିକଟରେ ଘଟିଛି ଏହି ଘଟଣା। ଗାଁର ଗଜେନ୍ଦ୍ର ମାଝୀ ଶୌଚ ହେବା ପାଇଁ ଖରସ୍ରୋତା ନଦୀକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଖବର ପାଇ ରସୁଲପୁର ଅଗ୍ନିଶମ ବାହିନୀ ପକ୍ଷରୁ ଗତକାଲିଠାରୁ ଖୋଜାଖୋଜି ଜାରି ରହିଥିଲା।

ଆଜି ସକାଳେ ସାହାପୁର ବ୍ରିଜ୍ ନିକଟ ନଦୀକୂଳରୁ ବୃଦ୍ଧଙ୍କ ମୃତଦେହ ମିଳିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ପରେ ପାଣିକୋଇଲି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଘଟଣାର ତଦନ୍ତ ଜାରି ରହିଛି। 

ଅନ୍ୟ ଏକ ଘଟଣାରେ ଗାଧେଇବା ବେଳେ ଭାସିଗଲେ ବୃଦ୍ଧା। ୪ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗାଁର କୋରି ରାଉତଙ୍କ ମୃତ୍ୟୁ। ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ। ବହୁ ଖୋଜା ଖୋଜି ପରେ ପତ୍ତା ନମିଳିବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପରିବାର ଲୋକେ। ଅଗ୍ନିଶମ ବାହିନୀ ପହଞ୍ଚି କଇଥବେଢା ନଦୀ ନିକଟରୁ ମୃତ ଦେହ ଉଦ୍ଧାର କରିଛି। ଖବର ପାଇ ପାଟପୁର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଲାଇଛି।

ଟାଣି ନେଇଥିଲା କୁମ୍ଭୀର; ମିଳିଲା ମୃତଦେହ
ଖରସ୍ରୋତାରେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେବା ଘଟଣା
୨୪ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ
ସାହାପୁର ବ୍ରିଜ୍ ନିକଟ ନଦୀକୂଳରୁ ମିଳିଲା ମୃତଦେହ
ଶୌଚ ହେବାକୁ ଯାଇଥିବା ବେଳେ ଟାଣି ନେଇଥିଲା କୁମ୍ଭୀର
ଅଗ୍ନିଶମ ବାହିନୀର ଖୋଜାଖୋଜି ପରେ ମିଳିଲା ମୃତଦେହ
ବ୍ୟବଚ୍ଛେଦ ପାଇଁ ପଠାଗଲା ମୃତଦେହ, ତଦନ୍ତ ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।