Crocodile Meat In Thailand: ଥାଇଲାଣ୍ଡରେ କୁମ୍ଭୀର ମାଂସ ଖାଇ ଅଡ଼ୁଆରେ ଅଧିକାରୀ
ଭୋପାଳ: ମଧ୍ୟପ୍ରଦେଶ ର ଉଜ୍ଜୟିନୀ ନଗର ନିଗମର ଜଣେ ଅଧିକାରୀ ଥାଇଲାଣ୍ଡରେ ଛୁଟି କଟାଇବା ସମୟରେ କୁମ୍ଭୀର ମାଂସ ଖାଇ ଅଡ଼ୁଆରେ ପଡ଼ିଛନ୍ତି।
ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ନଗର ନିଗମ ପକ୍ଷରୁ ତାଙ୍କୁ ଜବାବ ମଗାଯାଇଛି।
ଏହି ମାମଲା ବିଦେଶ ଯାତ୍ରା ସହ ଜଡ଼ିତ।
ବିନା ଅନୁମତିରେ ସେ ବିଦେଶ ଯାଇଥିବା ଅଭିଯୋଗ ହୋଇଛି।
ଭିଡିଓରେ ସେ ନିଜ ପତ୍ନୀଙ୍କ ସହ କୁମ୍ଭୀର ମାଂସ ଖାଉଥିବା ଦେଖିବାକୁ ମିଳୁଛି।
Advertisment ସୋସିଆଲ ମିଡିଆ ରେ ଭାଇରାଲ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣକ ଉଜ୍ଜୟିନୀ ନଗର ନିଗମର ଅଧିକାରୀ ରାଜକୁମାର ରାଠୋର ବୋଲି କୁହାଯାଉଛି।
ବିଦେଶ ଯାତ୍ରା ପାଇଁ ଆବଶ୍ୟକ ଅନୁମତି ନେଇଥିଲେ କି ନାହିଁ, ସେ ସମ୍ପର୍କରେ ନଗର ନିଗମ ତାଙ୍କଠାରୁ ଜବାବ ମାଗିଛି।
କିଏ ଏହି ରାଜକୁମାର ରାଠୋର?
ଉଜ୍ଜୟିନୀ ନଗର ନିଗମର ଭବନ ଅଧିକାରୀ ରାଜକୁମାର ରାଠୋର ବର୍ତ୍ତମାନ ଜୋନ୍-୧, ୨ ଓ ୩ର ଦାୟିତ୍ୱରେ ଅଛନ୍ତି।
ନଗର ନିଗମ ଆୟୁକ୍ତ ଅଭିଳାଷ ମିଶ୍ରଙ୍କ କହିବା ଅନୁଯାୟୀ, ରାଠୋର ଅକ୍ଟୋବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ନେଇଥିଲେ।
ତେବେ ତାଙ୍କ ଛୁଟି ଆବେଦନରେ ବିଦେଶ ଯାତ୍ରା କରିବା ସମ୍ପର୍କରେ କୌଣସି ଉଲ୍ଲେଖ ନଥିଲା।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ରାଠୋରଙ୍କ ପତ୍ନୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କଥିତ ଭାବେ ସେୟାର ହୋଇଥିବା ଏକ ଭିଡିଓ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା।
ଭିଡିଓରେ ରାଠୋର ଓ ତାଙ୍କ ପତ୍ନୀ ଏକ ଖାଦ୍ୟ ଷ୍ଟଲ୍ କିମ୍ବା ରେସ୍ତୋରାଁ ନିକଟରେ ଥିବା ଦେଖାଯାଉଛି।
ଭିଡିଓର କ୍ୟାପସନ୍ରେ ଲେଖାଯାଇଛି, “ଥାଇଲାଣ୍ଡରେ ପ୍ରଥମ ଥର ପାଇଁ କୁମ୍ଭୀର ମାଂସ ଚାଖୁଛୁ।” ଏହି ଭିଡିଓରେ ମୃତ କୁମ୍ଭୀରମାନଙ୍କ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।
ଭିଡିଓଟି ସାମ୍ନାକୁ ଆସିବା ପରେ ନଗର ନିଗମର ଧ୍ୟାନ ଅଧିକାରୀଙ୍କ ବିଦେଶ ଯାତ୍ରା ଉପରେ ପଡ଼ିଥିଲା।
ଅଭିଯୋଗ ହେଉଛି ଯେ, ରାଠୋର ବିଦେଶ ଯିବା ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମତି ନେଇ ନଥିଲେ।
ନିୟମ ଉଲ୍ଲଂଘନ ହେଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ ସରକାରୀ ସେବା ନିୟମ ଅନୁଯାୟୀ, ଅଧିକାରୀ ଓ କର୍ମଚାରୀମାନେ ବିଦେଶ ଯାତ୍ରା କରିବା ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବା ଆବଶ୍ୟକ।
ନଗର ନିଗମ ଆୟୁକ୍ତ ଅଭିଳାଷ ମିଶ୍ର କହିଛନ୍ତି ଯେ, ଏହି ମାମଲାର ତଦନ୍ତ କରାଯିବ।
ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବା ବିଷୟରେ ବିଚାର କରାଯାଇପାରେ।
ତେବେ ଏହି ମାମଲାରେ ରାଜକୁମାର ରାଠୋରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଆସିନାହିଁ।
ପୁଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ମାଲକାନଗିରି ଥାନା ଘେରାଉ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।