CSK appoint Zaheer Khan as head coach: CSKର ନୂଆ ହେଡ୍ କୋଚ୍ ଜାହିର ଖାନ, ଫ୍ଲେମିଂ ଯୁଗର ଅବସାନ

Sep 21, 2026 - 19:14
CSK appoint Zaheer Khan as head coach: CSKର ନୂଆ ହେଡ୍ କୋଚ୍ ଜାହିର ଖାନ, ଫ୍ଲେମିଂ ଯୁଗର ଅବସାନ

ଆଇପିଏଲ୍‌ରେ ବଡ଼ ପରିବର୍ତ୍ତନ। ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ହେଡ୍ କୋଚ୍ ହେଲେ ପୂର୍ବତନ ଭାରତୀୟ ଷ୍ଟାର୍ ପେସର୍ ଜାହିର ଖାନ। ଆଇପିଏଲ୍‌ ୨୦୨୭ରୁ ସେ ଦଳର କୋଚିଂ ଦାୟିତ୍ୱ ସମ୍ଭାଳିବ। ଜାହିରଙ୍କ ନିଯୁକ୍ତି ସହ ଷ୍ଟିଫେନ୍ ଫ୍ଲେମିଂଙ୍କ ପ୍ରାୟ ୧୮ ବର୍ଷର CSK ସହ ଯାତ୍ରା ଶେଷ ହୋଇଛି। ୨୦୦୮ରେ ଖେଳାଳି ଭାବେ ଦଳ ସହ ଯୋଡ଼ି ହୋଇଥିବା ଫ୍ଲେମିଂ ୨୦୦୯ରୁ ହେଡ୍ କୋଚ୍ ଦାୟିତ୍ୱ ନେଇଥିଲେ।

ଫ୍ଲେମିଂଙ୍କ ନେତୃତ୍ୱରେ CSK ୫ ଥର IPL ଟ୍ରଫି ଜିତିଥିଲା। କିନ୍ତୁ ୨୦୨୩ ପରେ ଲଗାତାର ତିନି ସିଜନ୍‌ରେ ଦଳ ପ୍ଲେଅଫ୍‌ରେ ପହଞ୍ଚିପାରିନଥିଲା। ଏହାପରେ ଦଳ ନୂଆ ଦିଗରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ କ୍ରିକେଟ୍‌ରେ ଜାହିରଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ଏବେ CSKର ନୂଆ କୋଚ୍ ଭାବେ ତାଙ୍କ ସାମ୍ନାରେ ରହିବ ଦଳକୁ ପୁଣି ଥରେ ଟାଇଟଲ୍‌ ଦୌଡ଼ରେ ଫେରାଇବାର ଚ୍ୟାଲେଞ୍ଜ୍।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।