Cyclone Arnab Effect: ରାୟଗଡ଼ାରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୪୬୦ ମିମିରୁ ଅଧିକ ବର୍ଷା, ଭୁଶୁଡ଼ିଲା ମାଟି ଘର କାନ୍ଥ

Oct 28, 2026 - 10:31
Cyclone Arnab Effect: ରାୟଗଡ଼ାରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୪୬୦ ମିମିରୁ ଅଧିକ ବର୍ଷା, ଭୁଶୁଡ଼ିଲା ମାଟି ଘର କାନ୍ଥ

ରାୟଗଡ଼ା(ଶିବ ପ୍ରସାଦ ଦୋରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବା ରେକର୍ଡ ହୋଇଛି I ଜିଲ୍ଲାରେ ଆଜି ସକାଳ ୮.୩୦ ସୁଦ୍ଧା ଜିଲ୍ଲାରେ ୪୬୦.୭୭ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗୁଣପୁରରେ ସର୍ବାଧିକ ୧୦୫.୭ମିମି ବର୍ଷା ରେକର୍ଡ ହୋଇଛି I ସୂଚନାରୁ ଜଣାପଡିଛି ଲଗାଣ ବର୍ଷା ଫଳରେ ରାୟଗଡ଼ା ବ୍ଲକ କାରୁବାଇ ସର୍କଲର ତାମାଲବାଇ ଗ୍ରାମର ଅଜୟ କରକରିଆଙ୍କ ମାଟି ଘର କାନ୍ଥ ଭୁଷୁଡ଼ି ଯାଇଛି I ପ୍ରଶାସନ ତରଫରୁ ପଲିଥିନ ଶୀଘ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି I Advertisment ଡେରା ପକାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାୟଗଡ଼ା ଜିଲ୍ଲାରେ ବାତ୍ୟା ମୁକାବିଲା ଓ ସମନ୍ୱୟ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଡେରା ପକାଇଛନ୍ତି I ଆଜି ଶ୍ରୀମତୀ ପରିଡ଼ା ଗୁଣପୁର ଉପଖଣ୍ଡ ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି I ପଦ୍ମପୁର ବ୍ଲକ ମୁଟୁକୁଣି ଗ୍ରାମର ୪୮ଟି ପରିବାରକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି I ବଂଶଧାରା ନଦୀ ଉପକୂଳର ଅତି ନିକଟରେ ଏହି ଗ୍ରାମ ରହିଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ସୂଚନା ଦେଇଛି I ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି I ବାତ୍ୟା ଅର୍ଣ୍ଣବ ପାଇଁ ଜିଲ୍ଳାର ୧୪୮ଟି ଗ୍ରାମ ସମ୍ବେଦନଶୀଳ ବୋଲି ପ୍ରଶାସନ ଚି଼ହ୍ନଟ କରିଥିଲା I ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ପବନ ହୋଇନାହିଁ I ଆତଙ୍କିତ ଅବସ୍ଥାରେ ଚାଷୀ ବର୍ଷା ସହ ପବନ ହେଲେ ଧାନ ଓ ଅନ୍ୟାନ୍ୟ ଚାଷ କ୍ଷତି ହେବ ବୋଲି ଚାଷୀ ଆତଙ୍କିତ ଅବସ୍ଥାରେ ଅଛନ୍ତି I ଜିଲ୍ଳାର ବଂଶଧାରା, ନIଗIବଳୀ ଓ ଝଞ୍ଜାବତୀ ନଦୀରେ ଜଳ ସ୍ତର ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ବିପଦ ସ୍ତର ତଳେ ପାଣି ବୋହୁଥିବା ସୂଚନାରୁ ଜଣାପଡିଛି I ବାତ୍ୟାଜନିତ ବର୍ଷା ଓ ଏହାର ପ୍ରଭାବ ଉପରେ ଲଗାତାର ନଜର ରଖାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି।

Krushnaprasad: ବାତ୍ୟା ଅର୍ଣ୍ଣବ ପ୍ରଭାବ: କୃଷ୍ଣପ୍ରସାଦରେ ପ୍ରବଳ ବର୍ଷା ଓ ପବନ, ବିଦ୍ୟୁତ ସେବା ବିଚ୍ଛିନ୍ନ; ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।