Cyclone Arnab Impact: ବାତ୍ୟା ଅର୍ଣ୍ଣବ ପ୍ରଭାବ: କଲ୍ୟାଣସିଂହପୁରରେ ଉପୁଡ଼ିଲା ଗଛ, ରାସ୍ତା ଅବରୋଧ
କଲ୍ୟାଣସିଂହପୁର: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ହୋଇଛି।
ବର୍ତମାନ ପବନ ଓ ବର୍ଷାର ବେଗ ହ୍ରାସ ପାଇଛି, କିନ୍ତୁ ଅନେକ ସ୍ଥାନରେ ଗଛଉପୁଡ଼ି ରାସ୍ତା ଅବରୋଧ ହୋଇଛି।
Advertisment Cyclone Arnab Effect: ରାୟଗଡ଼ାରେ ବାତ୍ୟା 'ଅର୍ଣ୍ଣବ' ପ୍ରଭାବ: ୪୬୦ ମିମିରୁ ଅଧିକ ବର୍ଷା, ଭୁଶୁଡ଼ିଲା ମାଟି ଘର କାନ୍ଥ କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରେଖାଲିଗୁଡା ଗାଁ ନିକଟସ୍ତ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା।
ଏହା ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ।
ସୂଚନା ପାଇ କଲ୍ୟାଣସିଂହପୁର ଅଗ୍ନିଶମ ବିଭାଗର ଓ ୱାଇ ସି ବିଜୟ କୁମାର ବେହେରା, ଡ଼୍ରାଇଭର ରାଜେଶ ବେହେରା, କନଷ୍ଟେବଳ ରମାକାନ୍ତ ସାହୁ, ସୁଦର୍ଶନ ପ୍ରଧାନ, ଦଣ୍ଡପାଣି ନାୟକ ପ୍ରମୁଖ ପହଞ୍ଚି ସ୍ଥାନୀୟ ବାସୀନ୍ଦାଙ୍କ ସହଯୋଗରେ ଗଛ କାଟି ରାସ୍ତା ସଫା କରିଥିଲେ।
ସମ୍ପ୍ରତି ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।