Cyclone Arnab Makes Landfall: ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି, ଘଣ୍ଟାପ୍ରତି ୧୩୫ କିମି ବେଗରେ ବହୁଛି ପବନ

Oct 28, 2026 - 07:57
Cyclone Arnab Makes Landfall: ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି, ଘଣ୍ଟାପ୍ରତି ୧୩୫ କିମି ବେଗରେ ବହୁଛି ପବନ

ସ୍ଥଳଭାଗ ଛୁଇଁ ଅଟକିଗଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'।

ଦୃତ ଗତିରେ ଆସିଲା, ଲ୍ୟାଣ୍ଡଫଲ୍ ବେଳକୁ ସ୍ଲୋ ହୋଇଗଲା।

ଉପକୂଳ ନିକଟରେ ବାତ୍ୟା ସ୍ଥିର , ଏବେ ବି ଜାରି ରହିଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

ଆନ୍ଧ୍ରପ୍ରଦେଶ ଉପକୂଳରେ ଭୟଙ୍କର ରୂପ ନେଇ ସ୍ଥଳଭାଗକୁ ପ୍ରବେଶ କରିଛି ବାତ୍ୟା।

ହେଲେ ଏଯାଏଁ ଶେଷ ହୋଇନାହିଁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

ବାତ୍ୟାର ବାହ୍ୟ ବଳୟ ସ୍ଥଳଭାଗକୁ ପ୍ରବେଶ କରିସାରିଥିବା ବେଳେ, ଜାରି ରହିଛି କେନ୍ଦ୍ରସ୍ଥଳର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା।

Advertisment ଉପକୂଳ ନିକଟରେ ବାତ୍ୟାର ଗତି ପ୍ରାୟ ସ୍ଥିର ରହିଥିବାରୁ ବଢ଼ିଛି ଚିନ୍ତା।

ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ବହୁଛି ପବନ।

ଝଟକା ପବନର ବେଗ ୧୫୦ କିଲୋମିଟର ଛୁଉଁଥିବା ସୂଚନା ରହିଛି।

ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରୁ ଆରମ୍ଭ ହୋଇଥିଲା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

ଭୋର ସାଢ଼େ ୫ଟା ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବାର ଆକଳନ କରାଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ଅତିକ୍ରମ କରିବା ପରେ ବି ଶେଷ ହୋଇନାହିଁ ଲ୍ୟାଣ୍ଡଫଲ୍।

ଉପକୂଳ ନିକଟରେ ବାତ୍ୟାର ଏଭଳି ସ୍ଥିର ଅବସ୍ଥା ଏହାର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟାକୁ ଲମ୍ବା କରୁଥିବା ସୂଚନା ରହିଛି।

ଆହୁରି ପ୍ରାୟ ୨ରୁ ୩ ଘଣ୍ଟା ଧରି ଜାରି ରହିପାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

ବାତ୍ୟାର ପ୍ରଭାବରେ ଅମଲାପୁରମ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଜୋରଦାର ପବନ ଜାରି ରହିଛି।

Advertisment ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଉଚ୍ଚ ଉଚ୍ଚ ଜୁଆର ଉଠୁଛି।

ବାତ୍ୟାର ଆଖି ବା କେନ୍ଦ୍ରସ୍ଥଳର ସ୍ଥିତି ଉପରେ ବିଶେଷ ନଜର ରହିଛି।

ବାତ୍ୟାର କେନ୍ଦ୍ରସ୍ଥଳ ସ୍ଥଳଭାଗ ଅତିକ୍ରମ କରିବା ପରେ ଏହାର ଗତିପଥ, ପବନର ବେଗ ଏବଂ ବର୍ଷାର ତୀବ୍ରତାରେ କିଭଳି ପରିବର୍ତ୍ତନ ଆସୁଛି, ତାହା ଗୁରୁତ୍ୱପୂର୍ଣ୍ଣ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।