Cyclone Arnab Threat Grows: ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’, ଘଣ୍ଟା ପ୍ରତି ୮ କିମି ବେଗରେ ମାଡ଼ି ଆସୁଛି
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ଅର୍ଣ୍ଣବ'।
ଗଭୀର ଅବପାତ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ବଢୁଛି।
ଅଧିକ ଘନୀଭୂତ ହୋଇ ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା।
ଉପକୂଳ ଆଡ଼କୁ ଘଣ୍ଟାପ୍ରତି ୮ କିମି ବେଗରେ ମାଡ଼ି ଆସୁଛି।
ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଗଭୀର ଅବପାତ ବିଜୟପୁରମ୍ ଠାରୁ ୪୫୦ କିମି ଉତ୍ତର-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି।
Advertisment ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୮୨୦ କିମି ପୂର୍ବ-ଦକ୍ଷିଣପୂର୍ବ, କାକିନଡ଼ାଠାରୁ ୯୧୦ କିମି ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟଣମ୍ ଠାରୁ ୧୦୧୦ କିମି ପୂର୍ବ ଓ ବାପତଲାଠାରୁ ୧୦୮୦ କିମି ପୂର୍ବରେ ରହିଛି।
୨୮ ତାରିଖ ସକାଳ ବେଳକୁ ଆନ୍ଧ୍ରର ବାପଟଲା ଓ ବିଶାଖାପାଟଣା ମଝିରେ ଲ୍ୟାଣ୍ଡଫଲ୍ କରିପାରେ।
ସେତେବେଳେ ପବନର ବେଗ ପାଖାପାଖି ୧୪୦ କିଲୋମିଟର ରହିବା ସମ୍ଭାବନା ରହିଛି।
ବାତ୍ୟାର ହିଟ୍ ଟାର୍ଗେଟରୁ ଓଡ଼ିଶା ବର୍ତ୍ତିଥିଲେ ବି ମାଡ଼ ସହିବ।
ବେଶୀ ପ୍ରଭାବିତ ହୋଇପାରେ ଆନ୍ଧ୍ର ସୀମାକୁ ଲାଗି ଥିବା ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା।
୨୭ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଯିବ ବର୍ଷା ପବନ।
ସାଇକ୍ଲୋନ୍ ଲ୍ୟାଣ୍ଡଫଲ୍ କରିବା ପରେ ଓଡ଼ିଶା ଭିତରେ ପଶି ଆଗକୁ ବଢିବ।
ଏଣୁ ଓଡ଼ିଶାରେ ମଧ୍ୟ ବଡ଼ ବିପଦ ଆଶଙ୍କା କରାଯାଉଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।