Cyclone Arnab Update: ଆଗୁଆ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅର୍ଣ୍ଣବ? ଅର୍ଣ୍ଣବର ଏଣ୍ଟ୍ରି ଟାଇମ୍ ଫିକ୍ସ!
ଆଜି ରାତିରେ ହିଁ ସ୍ଥଳଭାଗ ଛୁଇଁପାରେ ବାତ୍ୟା 'ଅର୍ଣ୍ଣବ' !
ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।
ଆଜି ମଧ୍ୟରାତ୍ରିରୁ ଆରମ୍ଭ ହୋଇପାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।
ପୂର୍ବ ଆକଳନ ତୁଳନାରେ ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁପାରେ ବାତ୍ୟା।
Advertisment ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିପାରେ 'ଅର୍ଣ୍ଣବ'।
ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ତେବେ ବାତ୍ୟାର ଗତିପଥ କିମ୍ବା ସ୍ଥଳଭାଗ ଛୁଇଁବା ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନଥିବା ସ୍ପଷ୍ଟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।