Cyclone Preparedness Intensifies: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୮ ଜିଲ୍ଲାରୁ ୪୮ ହଜାରରୁ ଅଧିକ ଲୋକଙ୍କୁ କରାଯିବ ସ୍ଥାନାନ୍ତର

Oct 27, 2026 - 14:16
Cyclone Preparedness Intensifies: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୮ ଜିଲ୍ଲାରୁ ୪୮ ହଜାରରୁ ଅଧିକ ଲୋକଙ୍କୁ କରାଯିବ ସ୍ଥାନାନ୍ତର

ମାଡ଼ି ଆସୁଛି ବାତ୍ୟା, ଏପଟେ ଜୋରଦାର ହୋଇଛି ମୁକାବିଲା ପ୍ରସ୍ତୁତି।

ଲୋକଙ୍କ ଜୀବନ ବଞ୍ଚାଇବାକୁ ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାରୁ ମୋଟ୍‌ ୪୮ ହଜାର ୧୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

କିଛି ଲୋକଙ୍କୁ ଇତିମଧ୍ୟରେ ସ୍ଥାନାନ୍ତର କରାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (SRC) ରାଜେଶ ପ୍ରଭାକର ପାଟିଲ।

Advertisment କେଉଁ ଜିଲ୍ଲାରୁ କେତେ ଲୋକ ହେବେ ସ୍ଥାନାନ୍ତର?

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦେଖି ଦୁର୍ବଳ ଓ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ପ୍ରଥମେ ସୁରକ୍ଷିତ ସ୍ଥାନକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି।

ଜିଲ୍ଲାୱାରୀ ସ୍ଥାନାନ୍ତର ଲକ୍ଷ୍ୟ ଏହିପରି।

ନବରଙ୍ଗପୁର: ୧୧,୨୦୦ ଜଣ ଗଜପତି: ୧୧,୦୦୦ ଜଣ ମାଲକାନଗିରି: ୯,୮୫୦ ଜଣ ଗଞ୍ଜାମ: ୬,୫୦୦ ଜଣ କୋରାପୁଟ: ୫,୦୦୦ ଜଣ କଳାହାଣ୍ଡି: ୨,୪୧୫ ଜଣ ନୂଆପଡ଼ା: ୧,୬୭୫ ଜଣ ରାୟଗଡ଼ା: ୩୦୦ ଜଣ Advertisment ଏହି ତାଲିକାରୁ ନବରଙ୍ଗପୁର, ଗଜପତି ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ଲୋକଙ୍କୁ ସ୍ଥାନାନ୍ତର କରିବାର ଯୋଜନା ରହିଛି।

ମୁକାବିଲା ପାଇଁ ୧୯ କୋଟି ଟଙ୍କା, ଗଞ୍ଜାମକୁ ସର୍ବାଧିକ ଅନୁଦାନ ବାତ୍ୟା ମୁକାବିଲା ଓ ଜରୁରୀକାଳୀନ ପ୍ରସ୍ତୁତି ପାଇଁ SDRF ପାଣ୍ଠିରୁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏଥିରୁ ଗଞ୍ଜାମ ଜିଲ୍ଲାକୁ ୫ କୋଟି ଟଙ୍କା ଦିଆଯାଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ବାତ୍ୟା ପରେ ଗୃହପାଳିତ ପଶୁଙ୍କ ଖାଦ୍ୟ ସମସ୍ୟା ଯେପରି ନ ହୁଏ, ସେଥିପାଇଁ ବିଭିନ୍ନ ସ୍ଥାନରେ ୪୦୦ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ମହଜୁଦ ରଖାଯାଇଛି।

ମୁତୟନ ହେଲେ ଉଦ୍ଧାରକାରୀ ଟିମ୍‌ ବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବଡ଼ ଧରଣର ପ୍ରସ୍ତୁତି ହୋଇଛି।

ଏଥିପାଇଁ ମୁତୟନ ହୋଇଛନ୍ତି: ୪୮ଟି ଓଡ୍ରାଫ୍‌ ଟିମ୍‌ ୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୨୨୫ଟି ଅଗ୍ନିଶମ ୟୁନିଟ୍‌ ସମ୍ଭାବ୍ୟ ବିପଦ ମୁକାବିଲା ପାଇଁ ଉଦ୍ଧାରକାରୀ ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।

ଆବଶ୍ୟକ ସ୍ଥଳେ ତୁରନ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ରିଲିଫ୍‌ କାର୍ଯ୍ୟ କରାଯିବ।

ଲୋକଙ୍କ ସୁରକ୍ଷା ଉପରେ ସରକାରଙ୍କ ଫୋକସ୍‌ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ପ୍ରସ୍ତୁତି ଜୋରଦାର ହୋଇଛି।

ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ରିଲିଫ୍‌ ସାମଗ୍ରୀ ମହଜୁଦ ଏବଂ ଉଦ୍ଧାରକାରୀ ଟିମ୍‌ ମୁତୟନ ଉପରେ ଗୁରୁତ୍ୱ ଦିଆଯାଉଛି।

ତେବେ ବାତ୍ୟାର ପ୍ରକୃତ ଗତିପଥ ଓ ପ୍ରଭାବ ସମ୍ପର୍କରେ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଗୁରୁତ୍ୱପୂର୍ଣ୍ଣ ହେବ।

ଲୋକଙ୍କୁ ଆତଙ୍କିତ ନ ହୋଇ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।