Cyclone Watch: ଆନ୍ଧ୍ର ମୁହାଁ ସମ୍ଭାବ୍ୟ ବାତ୍ୟା! ୨୮ ସକାଳେ ଉପକୂଳ ଛୁଇଁବା ଆଶଙ୍କା, ବଢ଼ିବ ପବନର ବେଗ

Oct 24, 2026 - 18:29
Cyclone Watch: ଆନ୍ଧ୍ର ମୁହାଁ ସମ୍ଭାବ୍ୟ ବାତ୍ୟା! ୨୮ ସକାଳେ ଉପକୂଳ ଛୁଇଁବା ଆଶଙ୍କା, ବଢ଼ିବ ପବନର ବେଗ

ବଙ୍ଗୋପସାଗରରେ ଘନେଇଲା ବାତ୍ୟା ଆଶଙ୍କା।

ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା।

ସମୁଦ୍ର ଭିତରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ଧୀରେ ଧୀରେ ଅଧିକ ଘନୀଭୂତ ହେବାର ଆକଳନ କରାଯାଉଛି।

ଏହା ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ।

ସମ୍ଭାବ୍ୟ ଗତିପଥ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ରହିଥିବାରୁ ଓଡ଼ିଶାରେ ମଧ୍ୟ ପାଣିପାଗ ଉପରେ ନଜର ରଖାଯାଇଛି।

Advertisment ପାଣିପାଗ ଆକଳନ ଅନୁସାରେ, ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଏବଂ ପରେ ଗଭୀର ଅବପାତରେ ପରିଣତ ହୋଇପାରେ।

ଏହାପରେ ଅକ୍ଟୋବର ୨୬ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ତେବେ ଏହାର ନିର୍ଦ୍ଦିଷ୍ଟ ଗତିପଥ ଓ ତୀବ୍ରତା ନେଇ ଅଧିକ ସ୍ପଷ୍ଟତା ପରବର୍ତ୍ତୀ ପାଣିପାଗ ଆକଳନରୁ ମିଳିବ।

୨୮ ସକାଳେ ଆନ୍ଧ୍ର ଉପକୂଳରେ ପହଞ୍ଚିପାରେ ଭାରତୀୟ ପାଣିପାଗ ବିଭାଗ (IMD)ର ଅକ୍ଟୋବର ୨୪ ବୁଲେଟିନ୍ ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୮ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିପାରେ।

ତେବେ ଏହା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ଏବଂ ସେତେବେଳେ ପବନର ବେଗ କେତେ ରହିବ, ତାହା ନେଇ ଚୂଡ଼ାନ୍ତ ଆକଳନ ଆସିନାହିଁ।

Advertisment ଓଡ଼ିଶା ଉପରେ ବି ପ୍ରଭାବ ପଡ଼ିବା ଆଶଙ୍କା ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ରହିପାରେ।

ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଓ ଅନ୍ୟ ସାମୁଦ୍ରିକ କାର୍ଯ୍ୟକଳାପ ସହ ଜଡ଼ିତ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।