Cyclone: ଆନ୍ଧ୍ର ଉପକୂଳମୁହାଁ ବାତ୍ୟା ‘ଅର୍ଣ୍ଣବ’: ୪ ରାଜ୍ୟ ସହ ପୁଡୁଚେରୀକୁ ସତର୍କତା
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଘନୀଭୂତ ହୋଇ ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀକୁ ସତର୍କ କରାଇଛନ୍ତି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୮ ତାରିଖ ପୂର୍ବାହ୍ଣରେ ଏହା ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳ ରେ ସ୍ଥଳଭାଗ ଛୁଇଁପାରେ।
ଏହି ସମୟରେ ବାତ୍ୟା ପ୍ରଭାବରେ ପ୍ରବଳ ପବନ ସହ ବର୍ଷା ହେବା ଆଶଙ୍କା ରହିଛି।
Advertisment ଆହୁରି ପଢନ୍ତୁ : 'Trends Great Puja Style Icon': ଟ୍ରେଣ୍ଡସ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍ ଜିତିଲେ ୟଶରାଜ ଓ ଦିପ୍ତିମୟୀ ସୋମବାର ସକାଳ ୫ଟା ୩୦ ମିନିଟ୍ରେ ବାତ୍ୟା ପୂର୍ବ-ମଧ୍ୟ ଓ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ରହିଥିଲା।
ଏହା ବିଶାଖାପାଟଣାଠାରୁ ପ୍ରାୟ ୬୫୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଥିଲା।
ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଏହା ପଶ୍ଚିମ ଦିଗକୁ ଗତି କରୁଥିଲା।
ସୋମବାର ମଧ୍ୟରାତ୍ରି ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ସହ ମଙ୍ଗଳବାର ଆହୁରି ଶକ୍ତିଶାଳୀ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି।
ଆଇଏମ୍ଡି ଅନୁଯାୟୀ, ବାତ୍ୟା ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଦେଇ ସ୍ଥଳଭାଗ ଛୁଇଁବ।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ।
ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି।
ସମୁଦ୍ର ମଧ୍ୟ ଅଶାନ୍ତ ରହିବା ସହ ଉପକୂଳର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ।
ଆହୁରି ପଢନ୍ତୁ : Purchase: ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ମଧ୍ୟରେ ପ୍ରକୃତ ପାର୍ଥକ୍ୟ କ'ଣ?
କିଣାକିଣି କରିବା ସମୟରେ ଜାଣିବା ଜରୁରୀ ୫ଟି ମୁଖ୍ୟ କଥା ବାତ୍ୟାର ମୁକାବିଲା ପାଇଁ କ୍ୟାବିନେଟ୍ ସଚିବ ଟିଭି ସୋମନାଥନ ସୋମବାର ଜାତୀୟ ସଙ୍କଟ ପରିଚାଳନା କମିଟିର ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ଏଥିରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ନିଜ ନିଜ ଅଞ୍ଚଳର ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଦେଇଥିଲେ।
ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବା, ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବା ଓ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ସକ୍ରିୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍ଡିଆର୍ଏଫ୍) ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍ଡିଆର୍ଏଫ୍)ର ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।
ସେନା, ନୌସେନା, ବାୟୁସେନା ଓ ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଦଳ ସହ ଜାହାଜ ଓ ବିମାନ ମଧ୍ୟ ପ୍ରସ୍ତୁତ ରହିଛି।
ବାତ୍ୟା ପ୍ରଭାବରେ ତେଲେଙ୍ଗାନା, ଦକ୍ଷିଣ ଓଡ଼ିଶା, ଦକ୍ଷିଣ ଓ ମଧ୍ୟ ଛତିଶଗଡ଼ ସମେତ ପୂର୍ବ ଉତ୍ତରପ୍ରଦେଶ ଓ ବିହାରରେ ମଧ୍ୟ ବର୍ଷା ହୋଇପାରେ।
ଅକ୍ଟୋବର ୨୬ରୁ ୨୯ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ୟାନମ୍ ଉପକୂଳରେ ମାଛ ଧରିବାକୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।