29 OCTOBER 2026

Welcome!

Unlock your personalized experience.
Sign Up

Cyclone: ଆନ୍ଧ୍ରରେ ତାଣ୍ଡବ: ୫ ମୃତ, ବ୍ୟାପକ କ୍ଷୟକ୍ଷତି, ବିମାନ ସେବା ବାତିଲ

Oct 29, 2026 - 05:51
Cyclone: ଆନ୍ଧ୍ରରେ ତାଣ୍ଡବ: ୫ ମୃତ, ବ୍ୟାପକ କ୍ଷୟକ୍ଷତି, ବିମାନ ସେବା ବାତିଲ

ଅମରାବତୀ: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପୁଡୁଚେରୀର ୟାନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହି ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ସହ ପବନ ହୋଇଥିଲା। ସରକାରୀ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ବାତ୍ୟା ଯୋଗୁଁ ୫ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୫ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ)  ଆଇଜି ନରେନ୍ଦ୍ର ସିଂହ ବୁନ୍ଦେଲା ଗଣମାଧ୍ୟମକୁ ଜଣାଇଛନ୍ତି ଯେ ବିପର୍ଯ୍ୟୟ ପ୍ରଶମନ ଓ ଉଦ୍ଧାରକାରୀ ଦଳ ସ୍ଥିତିର ମୁକାବିଲା କରୁଛନ୍ତି। ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପାଇଁ ୬ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏହି  ଅତି ଭୀଷଣ ସାମୁଦ୍ରିକ ବାତ୍ୟା କ୍ରମଶଃ ଦୁର୍ବଳ ହେବା ସହ ସନ୍ଧ୍ୟାରେ ଗଭୀର ଅବପାତର ରୂପ ନେଇଛି।

Horoscope 2026 October 29: ଜାଣନ୍ତୁ ଆଜିର ରାଶିଫଳ...

ବୁନ୍ଦେଲାଙ୍କ କହିବା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଉତ୍ତରାଞ୍ଚଳ ଏବଂ ଓଡ଼ିଶାର ଦକ୍ଷିଣାଞ୍ଚଳ ବାତ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଆନ୍ଧ୍ରର ବିଭିନ୍ନ କେତେକ ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ଜାରି ରହିଛି। ପ୍ରାଥମିକ ସୂଚନା ମୁତାବକ ଆନ୍ଧ୍ରପ୍ରଦେଶରେ ଗଛ ଉପୁଡ଼ିବା ସହ ୩୫ଟି ଘର ଭାଙ୍ଗିଯାଇଛି। ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମୋଟ ୩୯ଟି ଏନ୍‌ଡିଆରଏଫ୍‌ ଦଳ ମୁତୟନ କରାଯାଇଛି। ଗତରାତିରେ ଆନ୍ଧ୍ରପ୍ରଦେଶକୁ ଅଧିକ ୪ଟି ଟିମ୍‌ ପଠାଯାଇଛି। ଆନ୍ଧ୍ରପ୍ରଦେଶରେ ପ୍ରାୟ ୫୭,୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତରାତିରେ ୟାନମରୁ ୩୮ ଜଣଙ୍କୁ ଉଦ୍ଧାର କରାଯାଇଛି।

Z Black Agarbatti: ଜେଡ୍‌ ବ୍ଲାକ୍‌ ଅଗରବତୀର ନୂଆ ଟିଭିସି

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟରେ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ପାଇଁ ଯଥାଶୀଘ୍ର ଏକ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ କରିଛନ୍ତି। ବାତ୍ୟାର ଭୟାବହତା ଯୋଗୁଁ ରାଜ୍ୟରେ ଫସଲ, ଘରଦ୍ୱାର, ରାସ୍ତାଘାଟ ଏବଂ ବିଦ୍ୟୁତ୍‌ ଖୁଣ୍ଟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ବାତ୍ୟାରେ କୋନାସୀମା, କାକିନାଡ଼ା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, ଅନକାପାଲ୍ଲୀ ଏବଂ କ୍ରିଷ୍ଣା ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବୁଧବାର ସକାଳ ୮ଟା୩୦ ସୁଦ୍ଧା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବିଜୟନଗରମରେ ୩୦୧ ମିଲିମିଟର, ଅନକାପଲ୍ଲୀରେ ୨୭୫ ମିଲିମିଟର, ଶ୍ରୀକାକୁଲମରେ ୨୫୭ ମିଲିମିଟର ଏବଂ କ୍ରିଷ୍ଣା ଜିଲ୍ଲାରେ ୨୨୩ ମିଲିମିଟର ବର୍ଷା ହୋଇଛି। ବାତ୍ୟା ଯୋଗୁଁ ବୁଧବାର ବିଶାଖାପାଟଣା ଏବଂ ବିଜୟୱାଡ଼ାକୁ  ବିମାନ ସେବା ବାତିଲ କରାଯାଇଛି ସେହିପରି ପଶ୍ଚିମବଙ୍ଗ ଉପରେ ବାତ୍ୟାର ପ୍ରଭାବ ସୀମିତ ରହିଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତର ଚେତାବନୀ ଦେଇଛି। ବାତ୍ୟା ପ୍ରଭାବରେ କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ୩ଟି ଆଗମନ ଏବଂ ୨ଟି ପ୍ରସ୍ଥାନ ବିମାନ ସେବା ବାତିଲ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।